Latest Odisha News

BREAKING NEWS

Sijimali:ଜଳ ସଙ୍କଟରୁ ଜଳ ସୁରକ୍ଷାଯାଏ: ସିଜିମାଳିରେ ଜଳ କଷ୍ଟ ଲାଘବ କଲା ବେଦାନ୍ତ ଆଲୁମିନିୟମ

ଭୁବନେଶ୍ବର:ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଦୁର୍ଗମ ଗାଁ ଗୁଡ଼ିକରେ ଜଳ କଷ୍ଟ ଲାଘବ ହୋଇଛି । ଦୂର ହେଲା ମହିଳାଙ୍କ କଷ୍ଟ । ଡୁମେରପଦର, ସାଗାବାରୀ, ଚୁଲବାଡି, ସୁଙ୍ଗେର, ଧାମନଘାଟି, ସିଆଡିମାଲ ଏବଂ ଲଦାଖମନ ଭଳି ଗ୍ରାମଗୁଡ଼ିକରେ ପାଣିର ଉପଲବ୍ଧତା କେବେ ବି ସୁନିଶ୍ଚିତ ନଥିଲା । ଏହି ପୃଷ୍ଠଭୂମିରେ ନିରାପଦ ପାନୀୟ ଜଳର ନିର୍ଭରଯୋଗ୍ୟ ସ୍ରୋତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ପ୍ରୟାସ ବେଶ ପ୍ରଶଂସନୀୟ। ରାୟଗଡ଼ାର ଜିଲ୍ଲାର କାଶୀପୁର ବ୍ଲକ ଓ କଳାହାଣ୍ଡିର ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଭଳି ଅଞ୍ଚଳରେ ବେଦାନ୍ତ ପକ୍ଷରୁ ସୋଲାର ମାଧ୍ୟମରେ ଯୋଗାଇ ଦିଆଯାଉଛି ବିଶୁଦ୍ଧ ପାନୀୟ ଜଳ ।

ସିଜିମାଳି ପାହାଡ଼ ଶୃଙ୍ଖଳା, ଯାହା ବକ୍ସାଇଟ୍ ରେ ସମୃଦ୍ଧ ଐତିହାସିକ ଭାବରେ ଦୀର୍ଘକାଳୀନ ଜନ କ୍ଲିଷ୍ଟ ଅଞ୍ଚଳ ଭାବେ ଚିହ୍ନିତ ହୋଇଛି । ପୂର୍ବ ଘାଟର ଏହି ମାଳଭୂମି ଅଞ୍ଚଳର ଅଧିକାଂଶ ବକ୍ସାଇଟ୍ ସମୃଦ୍ଧ ଅଞ୍ଚଳ, ପ୍ରାୟତଃ ଅଭେଦ୍ୟ, ଯାହା ଫଳରେ ବର୍ଷା ଜଳ ଭୂମିରେ ମିଶିବା ପରିବର୍ତ୍ତେ ଦ୍ରୁତ ଗତିରେ ବହିଯାଏ । ଭୂତଳ ଜଳ ସ୍ତର ୭୫୦ ଫୁଟ ପର୍ଯ୍ୟନ୍ତ ଗଭୀରତାକୁ ଖସିଯାଏ, ଯାହା ପାରମ୍ପରିକ ଖୋଳାଯାଇଥିବା କୂଅର ଗଭୀରତା ଠାରୁ ବେଶ ଅଧ‌ିକ । ଏଠାରେ ଋତୁକାଳୀନ ଝରଣା ଶୀଘ୍ର ଶୁଖିଯାଏ ଏବଂ ଚିରସ୍ଥାୟୀ ଜଳ ଉତ୍ସଗୁଡ଼ିକ ବିରଳ ପ୍ରାୟ ।

ବେଦାନ୍ତ ଆଲୁମିନିୟମ ଏହାର ସାମୁଦାୟିକ ବିକାଶ ପ୍ରୟାସ ଅଧୀନରେ ନିର୍ମଳ ପ୍ରକଳ୍ପର ଅଂଶ ଭାବରେ ସୌର-ଚାଳିତ ପଣ୍ଟିଂ ସିଷ୍ଟମ ଦ୍ବାରା ସମର୍ଥିତ ଗଭୀର-ବୋର୍ ଡ୍ରିଲିଂ ନିୟୋଜିତ କରିଛି। ଏହି ପାନୀୟ ଜଳ ପ୍ରଣାଳୀଗୁଡ଼ିକ ବର୍ତ୍ତମାନ ୭ ଟି ଗ୍ରାମରେ କାର୍ଯ୍ୟକ୍ଷମ, ଯାହାଦ୍ବାରା ୩୦୦୦ରୁ ଅଧିକ ଲୋକଙ୍କୁ ଉପକୃତ ହେଉଛନ୍ତି ଏବଂ ଏହା ବର୍ଷସାରା ଗ୍ରାମବାସୀଙ୍କୁ ନିରାପଦ ପାନୀୟ ଜଳ ପ୍ରଦାନ ସୁନିଶ୍ଚିତ କରୁଛି । ଏହାହାରା ଗ୍ରାମବାସୀଙ୍କର ଜଳବାୟୁ ପରିବର୍ତ୍ତନଜନିତ ସମ୍ବେଦନଶୀଳ ଜଳଉତ୍ସଗୁଡ଼ିକ ଉପରେ ନିର୍ଭରଶୀଳତା ହ୍ରାସ ହେଉଛି ।

ଡୁମେରପଦର ଗ୍ରାମର ବାସିନ୍ଦା ଚନ୍ଦ୍ରିକା ନାୟକ ମନେ ପକାଇଛନ୍ତି, “ପୂର୍ବରୁ, ପାଣି ଆଣିବା ପାଇଁ ଦିନର ଅଧା ସମୟ ଲାଗିଯାଉଥିଲା ।ଗ୍ରୀଷ୍ମ ଋତୁରେ, ଆମେ ଆହୁରି ଆଗକୁ ଚାଲି ଚାଲି ଯାଉଥିଲୁ ଆମେ ଫେରିଲା ବେଳକୁ, ଦିନଟି ବିତିଗଲାଣି ବେଦାନ୍ତଦ୍ବାରା ନିଆଯାଇଥିବା ପ୍ରୟାସ ପ୍ରକୃତରେ ଆମ ସମ୍ପ୍ରଦାୟ ପାଇଁ ଏକ ବରଦାନ ସଦୃଶ ହୋଇଛି।”

ପୂର୍ବରୁ, ଗାଁଗୁଡ଼ିକ ଦୂଷିତ ଜଳଯୁକ୍ତ ପ୍ରାକୃତିକ ଜଳ ଉତ୍ସ ଉପରେ ନିର୍ଭର କରୁଥିଲେ, ଅର୍ଥାତ୍ କାଦୁଅ ଯୋଗୁଁ ପାଣି ଗୋଳିଆ ଥିଲା | ବୋରୱେଲ ସହିତ ସଂଯୁକ୍ତ ବିଶୋଧନ ବ୍ୟବସ୍ଥା ସ୍ଥାପନ ସହିତ, ଜଳର ଗୁଣବତ୍ତା ବର୍ତ୍ତମାନ ସୁରକ୍ଷିତ ସୀମା ମଧ୍ୟରେ ରହିଛି, ଯାହା ପରିବାର ପାଇଁ ପାନୀୟ ଜଳ ସୁରକ୍ଷାରେ ଉଲ୍ଲେଖନୀୟ ଉନ୍ନତି ଆଣିଛି। ଠିକ୍ ସେହିପରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୌରଶକ୍ତିର ବ୍ୟବହାର ଯୋଗୁଁ ବିଦ୍ୟୁତ୍ ସରବରାହ ନିୟମିତ ପାଇଛି, ଯାହା ପୂର୍ବରୁ କାଶୀପୁର ଏବଂ ଥୁଆମୂଳ ରାମପୁର ଭଳି ଦୂରବର୍ତ୍ତୀ ବ୍ଲକରେ ଏକ ସ୍ଥାୟୀ ପ୍ରତିବନ୍ଧକ ଥିଲା । ଏହାଯୋଗୁଁ ପୂର୍ବରୁ ଏହି ସବୁ ସ୍ଥାନରେ ନିୟମିତ ଜଳ ଯୋଗାଣ ବ୍ୟାହତ ହୋଇଥିଲେ ।

ସିଜିମାଳି ନିକଟବର୍ତ୍ତୀ ଏକ ଗ୍ରାମର ଜଣେ ମହିଳା କୁହନ୍ତି, “ଆମକୁ ଆଉ ବିଦ୍ୟୁତ୍‌ କିମ୍ବା ଟ୍ୟାଙ୍କର ଆସିବା ପାଇଁ ବହୁତ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବେଦାନ୍ତ ଦ୍ବାରା ନିର୍ମିତ ସୌର ବୋରୱେଲ ଆମକୁ ବର୍ତ୍ତମାନ ଆମ ଘର ପାଖରେ ପାଣି ପହ‌ଞ୍ଚାଇବାରେ ସାହାଯ୍ୟ କରେ । ଏହାଯୋଗୁଁ ଆମେ ଦିନର ଯୋଜନା କରିବାର ପଦ୍ଧତିକୁ ମଧ୍ୟ ପରିବର୍ତ୍ତନ କରିଛି।”

ମହିଳାମାନଙ୍କ ଉପରେ ଅଦୃଶ୍ୟ ଭାର ହ୍ରାସ କରିବା

ଯଦିଓ ଜଳ ଅଭାବକୁ ପ୍ରାୟତଃ ଲିଟର ଏବଂ ଉତ୍ସରେ ମାପ କରାଯାଏ, କିନ୍ତୁ ଗ୍ରାମାଞ୍ଚଳର ମହିଳାମାନେ ଏହାର ମାନବ ମୂଲ୍ୟ ଅସମାନ ଭାବରେ ବହନ କରନ୍ତି ଯେପରିକି ଜଳ ସଂଗ୍ରହରେ ନଷ୍ଟ ହେଉଥିବା ସମୟ, ସ୍ବାସ୍ଥ୍ୟଗତ ଚାପ ଏବଂ ଆର୍ଥିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଆଦିରେ ହ୍ରାସ ଇତ୍ୟାଦି । ଚାଲିବା ଦୂରତା ଏବଂ ସଂଗ୍ରହ ସମୟ ଆଦିରେ ହ୍ରାସ ପାଇବା ସହିତ, ମହିଳାମାନେ ଆୟ ବୃଦ୍ଧି ଜନିତ କାର୍ଯ୍ୟକଳାପରେ ଭାଗ ନେବା, ଘରୋଇ କାର୍ଯ୍ୟ ଏବଂ ଯତ୍ନ ଦାୟିତ୍ବରେ ବେଶ ସୁସଂଯୋଜିତ ଭାବେ ନିୟୋଜିତ ହେବା ଆଦି ବିଷୟରେ ମତ ଦେଇଛନ୍ତି ଯାହା ଏକଦା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକୁ ପରିଭାଷିତ କରିଥିଲା।

ନିରନ୍ତରତା ପାଇଁ ନିର୍ମାଣ

ଏହି ତାତ୍କାଳିକ କାର୍ଯ୍ୟକ୍ରମ ବ୍ୟତୀତ, ସିଜିମାଳିରେ ବେଦାନ୍ତର ପ୍ରୟାସ ଦୀର୍ଘକାଳୀନ ଜଳ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରୁଛି। ଜଳଭୌତିକ ଅଧ୍ୟୟନ ଝରଣା ଗୁଡିକର ପୁନରୁଦ୍ଧାର, ବର୍ଷା ଜଳ ପରିବାହୀକରଣ ଏବଂ ଜଳ ଉତ୍ସର ନବୀକରଣ ଯୋଜନା ଆଦି ହାତକୁ ନିଆ ଯାଇଛି, ଯାହାର ଲକ୍ଷ୍ୟ ପ୍ରାକୃତିକ ଜଳ ପ୍ରଣାଳୀକୁ କେବଳ ବଦଳାଇବା ନୁହେଁ ପରିବର୍ରେ ସେମାନଙ୍କୁ ମଜବୁତ କରିବା।

ଝରଣା ଗୁଡିକର ପୁନରୁଦ୍ଧାର ଏବଂ ଜଳ ପରିବାହୀକରଣ ପାଇପଲାଇନ ପାଇଁ ୨୦ରୁ ଅଧ‌ିକ ସ୍ଥାନ ଚିହ୍ନଟ କରାଯାଇଛି, ଯାହା ଭୂପୃଷ୍ଠ ପ୍ରବାହକୁ ଭଲ ଭାବରେ ସୁସକ୍ଷମ କରିଥାଏ । ଏହା ଯୋଗୁଁ ନିରନ୍ତର ପାନୀୟ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏବଂ ସମୟ ସହିତ, ଭୂତଳ ଜଳ ପରିବର୍ତ୍ତିତ କରିବାରେ, ଋତୁକାଳୀଳ ଅଭାବ ବିରୁଦ୍ଧରେ ଜଳ ଯୋଗାଣର ସ୍ଥିରତାକୁ ସୁଦୃଢ଼ କରିବାରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ।

ଗୁରୁତ୍ବପୂର୍ଣ ଘଟଣା ହେଉଛି ଯେ ବୈଷୟିକ ମୂଲ୍ୟାଙ୍କନ ଦ୍ବାରା ଜଣା ପଡିଛି ଯେ ଭୂତଳ ଜଳଭଣ୍ଡାରଗୁଡ଼ିକ ପୃଷ୍ଠ ନିକଟରେ ଅବସ୍ଥିତ ବକ୍ସାଇଟ୍ ଜମାର ଯଥେଷ୍ଟ ତଳେ ରହିଛି । ଖଣିଜ ଭଣ୍ଡାର ଏବଂ ଜଳ ଉତ୍ସ ମଧ୍ୟରେ ଏକ ପ୍ରାକୃତିକ ପୃଥକୀକରଣ ବ୍ୟବସ୍ଥା ରହିଛି । ଯେକୌଣସି ବିକାଶ କାର୍ଯ୍ୟକଳାପ ସହିତ ଜଡ଼ିତ ଜଳ ଉପଗୁଡ଼ିକ ସୁରକ୍ଷିତ ରଖିବା ଏବଂ ଏହାକୁ ପ୍ରାଥମିକତା ଦେବା ଖଣିଜ ଯୋଜନାର ନିହାତି ଭାବେ ଅଂଶ ବିଶେଷ ହେବା ଦରକାର ।

ଖଣିଜ ବର୍ଣ୍ଣନାରୁ ଆଗକୁ ବଢ଼ିବା

ସିଜିମାଳି ଆଜି ଏପରି ଏକ ଛକରେ ଠିଆ ହୋଇଛି, ଯେଉଁଠି ଏହାର ମାଟି ତଳେ କ’ଣ ଅଛି ତାହା ପ୍ରାୟତଃ ଆଲୋଚନା ହୋଇଥାଏ ଏବଂ ଏହାର ଭୂମି ଉପରେ କ’ଣ କରାଯାଇପାରିବ ତାହା ଆକାର ପାଇଥାଏ। ଜଳ ସୁରକ୍ଷା, ସ୍ବାସ୍ଥ୍ୟସେବା,ରାସ୍ତା ଏବଂ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକର ଅଭାବ ଦ୍ବାରା ଚିହ୍ନିତ ଅଞ୍ଚଳଗୁଡ଼ିକରେ ପ୍ରଗତିର ପ୍ରକୃତ ସ୍ବରୂପ ନିଷ୍କ୍ରିୟ କରନ୍ତି।

ସିଜିମାଳି ଅଞ୍ଚଳରେ ଏବଂ ଏହାର ଆଖପାଖରେ ବେଦାନ୍ତର ପ୍ରୟାସଗୁଡ଼ିକ ଉଲ୍ଲେଖ କରେ ଯେ ସ୍ଥାନୀୟ ଆବଶ୍ୟକ‌ତାକୁ କିପରି ସଫଳତା ଏବଂ ଆବଶ୍ୟକତା ଭିଭିରେ ତୁରନ୍ତ ପ୍ରାୟତଃ ସମାଧାନ କରାଯାଇପାରିବ ।

Leave A Reply

Your email address will not be published.