Latest Odisha News

BREAKING NEWS

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ତ୍ରିଶା, ସାମିଲ ହେଲେନି ପତ୍ନୀ

ଚେନ୍ନାଇ: ବିଜୟ ଥାଲାପଥୀ ଏବେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କର ଶପଥ ଗ୍ରହଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ତାଙ୍କର ପୁରା ପରିବାର  ଯୋଗ ଦେଇଥିଲେ। ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା। ଯଦିଓ ତାଙ୍କ ପତ୍ନୀ ଓ ପିଲାମାନେ ନଜର ଆସିନଥିଲେ।

ତ୍ରିଶା କୃଷ୍ଣନ ଏବଂ ବିଜୟ ଥାଲାପଥୀ ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଶପଥ ଗ୍ରହଣ ସମାରୋହରେ ତାଙ୍କ ଉପସ୍ଥିତିକୁ ଖାସ୍ ବୋଲି କୁହାଯାଉଛି। ସମାରୋହ ସମୟରେ  ସେ ଭାବବିହ୍ବଳ ହୋଇପଡ଼ିଥିଲେ। ତେବେ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି। ତ୍ରିଶା କୃଷ୍ଣନ ଏକ ସବୁଜ ଶାଢ଼ି ପିନ୍ଧି ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। କେଶରେ ଗଜରା ସହ ହାଲୁକା ମେକଅପ୍ ପିନ୍ଧିଥିଲେ ଏବଂ ପାରମ୍ପରିକ ପୋଷାକରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।

ଏପଟେ ଶପଥ ଗ୍ରହଣ ଉତ୍ସବରେ ବିଜୟଙ୍କ ସମଗ୍ର ପରିବାର ଦେଖାଯାଇଥିଲେ। ତାଙ୍କ ବାପା ଏବଂ ମା’ ଭାବପ୍ରବଣ ହୋଇପଡ଼ିଥିଲା ବେଳେ ଟିଭିକେ ଦଳର ସଦସ୍ୟମାନେ ମଧ୍ୟ କାନ୍ଦୁଥିବା ଦେଖାଯାଇଥିଲେ। ସେମାନଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଦେଖି ସେମାନେ ମଧ୍ୟ ଭାବପ୍ରବଣ ହୋଇପଡ଼ିଥିଲା।

ତେବେ ବିଜୟଙ୍କ ମନ୍ତ୍ରିମଣ୍ଡଳରେ ୯ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ଏନ୍. ଆନନ୍ଦ. ଅଦଭ ଅର୍ଜୁନ, କେ.ଜି ଅରୁନରାଜ, କେ.ଏ ସେଙ୍ଗୋଟାଇୟାନ୍, ପି. ଭେଙ୍କଟରମନନ୍ , ଆର. ନିର୍ମଳକୁମାର, ରାଜମୋହନ,ଟି.କେ ପ୍ରଭୁ । ସେହିପରି ଏକମାତ୍ର ମହିଳା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେଲ୍‌ଭି ଏସ୍. କୀର୍ତ୍ତନ।

ଉଲ୍ଲେଖଯୋଗ୍ୟ, ବିଜୟ ସରକାର ଗଠନ ପାଇଁ ୪ ଥର ରାଜ୍ୟପାଳଙ୍କୁ ଭେଟିଥିଲେ । କାରଣ ମୋଟ ୨୩୪ ଆସନ ମଧ୍ୟରୁ ସର୍ବାଧିକ ୧୦୮ଟି ଆସନ ଟିଭିକେ ଜିତିଥିଲା । ଟିଭିକେକୁ ଆଗରୁ କଂଗ୍ରେସ(୫), ସିପିଆଇ (୨) ଏବଂ ସିପିଆଇ(ଏମ୍) (୨) ଭଳି ଦଳର ସମର୍ଥନ ୮ ତାରିଖ ସୁଦ୍ଧା ମିଳିସାରିଥିଲା । ତଥାପି ବହୁମତ (୧୧୮) ଅଙ୍କ ଛୁଇଁପାରି ନଥିଲା ଦଳ । ଆଉ ଗତ ଶନିବାର ଦିନ ଭିସିକେ ଏବଂ ଆଇୟୁଏମ୍‌ଏଲ୍ ନିଜ ସମର୍ଥନ ଜଣାଇଥିଲେ । ଯାହାପରେ ଟିଭିକେର ମୋଟ ଆସନ ସଂଖ୍ୟା ୧୨୧ରେ ପହଞ୍ଚିଥିଲା।

 

Leave A Reply

Your email address will not be published.