Latest Odisha News

BREAKING NEWS

ପ୍ରକାଶ ପାଇଲା ସାକ୍ଷରତା ହାର, ଜାଣନ୍ତୁ ଓଡିଶାର ସ୍ଥାନ କେଉଁଠି ?

ଭୁବନେଶ୍ୱର: ପ୍ରକାଶ ପାଇଲା ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡରେ ସର୍ବାଧିକ ସାକ୍ଷରତା ହାର ୯୯.୯% ରହିଥିବା ବେଳେ ଗୋଆ ୯୯.୭%, ହିମାଚଳ ପ୍ରଦେଶ ୯୯%, ଆଣ୍ଡାମାନ ଓ ନାଗାଲ୍ୟାଣ୍ଡ୍‌ ୯୯%, ଲକ୍ଷାଦ୍ୱୀପ ୯୭.୩%, ଲଦାଖ ୯୭%, ନାଗାଲାଣ୍ଡ ୯୫.୭%, ମଣିପୁର ୯୨%, ତ୍ରିପୁରା ୯୫.୬%, ମିଜୋରାମ ୯୮.୨%, କେରଳ ୯୫.୩ % ଓ ପଣ୍ଡିଚେରୀର ୯୨.୭% ସାକ୍ଷରତା ହାର ରହିଛି ।

ସବୁଠୁ ପଛରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ଓ ବିହାର । ଆନ୍ଧ୍ରପ୍ରଦେଶରେ ୭୨.୬% ଏବଂ ବିହାରରେ ସାକ୍ଷରତା ହାର ୭୪.୩ ପ୍ରତିଶତ ରହିଛି । ସେହିପରି ଛତିଶଗଡ଼ ୭୮.୫% ଥିବାବେଳେ, ଉତ୍ତର ପ୍ରଦେଶରେ ୭୮.୨% ସାକ୍ଷରତା ହାର ରହିଛି, ମଧ୍ୟପ୍ରଦେଶରେ ସାକ୍ଷରତା ହାର ୭୫.୨% ରହିଥିବାବେଳେ ରାଜସ୍ଥାନ ୭୫.୮, ତେଲଙ୍ଗାନା ୭୬.୯ ଏବଂ ଝାଡ଼ଖଣ୍ଡରେ ୭୬.୭ ପ୍ରତିଶତ ସାକ୍ଷରିତ ହାର ରହିଛି ।

ତେବେ ଓଡ଼ିଶା ୨୮ ନମ୍ବର ସ୍ଥାନରେ ରହିଛି ତଥା ତାଲିକାର ଶେଷ ଆଡୁ ୯ମ ସ୍ଥାନରେ । ଏପର୍ଯ୍ୟନ୍ତ ୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ ସାକ୍ଷର ଘୋଷଣା କରିଥିବା ବେଳେ ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏହି ଲକ୍ଷ୍ୟ ପାଇଁ ଦୃଢ଼ ଭାବେ ଅଗ୍ରସର ହେଉଛନ୍ତି ।

Leave A Reply

Your email address will not be published.