ବେଙ୍ଗାଲୁର: ଚଳିତ ଆଇପିଏଲରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ସେ ୫୦୦ରୁ ଊର୍ଦ୍ଧ୍ୱ ସ୍କୋର ସଂଗ୍ରହ କରିଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ କୋହଲି ୩୭ ବଲରେ ୫୮ ରନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଆରସିବି ୨୨୨ ରନ କରିଥିଲେ । କୋହଲି ଆଇପିଏଲରେ ସର୍ବାଧିକ ଥର ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ସେ ୯ ଥର ଏହି ସଫଳତା ହାସଲ କରିଛନ୍ତି । ଡେଭିଡ ୱାର୍ଣ୍ଣର ଓ କେଏଲ ରାହୁଲ ୭ର ଲେଖାଏଁ ୫୦୦ରୁ ଊର୍ଦ୍ଧ୍ୱ ସ୍କୋର କରି ଦ୍ୱିତୀୟ ଏବଂ ଶିଖର ଧାୱନ(୫) ତୃତୀୟ ସ୍ଥାନରେ ରହିଛନ୍ତି ।
୩୫ ବର୍ଷରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ମଧ୍ୟରେ ସେ ଆଗରେ ରହିଛନ୍ତି । ସେ ସଚିନ ତେନ୍ଦୁଲକର ଓ ଫାପ ଡୁ ପ୍ଲେସୀଙ୍କୁ ପଛରେ ପକାଇଛନ୍ତି । କୋହଲି ୩ ଥର ୫୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଥିବା ବେଳେ ସଚିନ ଓ ଡୁ ପ୍ଲେସୀ ୨ ଥର ଏହି ସଫଳତା ହାସଲ କରିଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷରେ ମଧ୍ୟ କୋହଲି ସର୍ବାଧିକ ୨୧୭ ରନ ସଂଗ୍ରହ କରିଛନ୍ତି । ସେ ଚେନ୍ନାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମଧ୍ୟ ୧୧୭୪ ଓ ୧୧୭୨ ରନ କରିଛନ୍ତି ।