Latest Odisha News

BREAKING NEWS

ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି, ଦୁଇ ଦିନ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

କଟକ: ରାଜ୍ୟରେ ପ୍ରଚଣ୍ଡ ତାତି। ସପ୍ତାହେ ନିଆଁ ମାଡ଼। ଅସହ୍ୟ କଲାଣି ଗରମ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ୨ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲ୍ଲାପାଳ ଦେଇଛନ୍ତି ନିର୍ଦ୍ଦେଶ। ଗର୍ଭବତୀ ଓ ଶିଶୁଙ୍କ ଘରେ ଖାଦ୍ୟ ପହଂଚାଇବା ପାଇଁ ହୋଇଛି ନିର୍ଦ୍ଦେଶ।

ସୂଚନାଯୋଗ୍ୟ, ଗତମାସ ମଧ୍ୟ ଅସହ୍ୟ ଖରାକୁ ଦେଖି ଛୁଟି ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଥିଲା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନିର୍ଦ୍ଦେଶ ଦେଇଥିଲେ । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ଜାରି ରହିବ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଓ ଜନଗଣନା କାର୍ଯ୍ୟରେ ସାମିଲ ହେବେ ।

ଅନ୍ୟପଟେ ବୁଧବାର ଦିନ ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ମେ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପ୍ରାକ୍-ସ୍କୁଲ ପିଲାମାନଙ୍କର ସୁରକ୍ଷା ଏବଂ ସ୍ୱାସ୍ଥ୍ୟର ପ୍ରାଥମିକତା ଦେବା। ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ଯେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ସମୟରେ ଶୁଖିଲା ରାସନ ସିଧାସଳଖ ପିଲାମାନଙ୍କ ଘରେ ପହଞ୍ଚାଯିବ। କାରଣ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିଲେ ମଧ୍ୟ ପୁଷ୍ଟିକର ସହାୟତା ନିରନ୍ତର ଜାରି ରହିବ।

Leave A Reply

Your email address will not be published.