Latest Odisha News

BREAKING NEWS

ଧୋନୀଙ୍କ ଯୋଗୁ ଚେନ୍ନାଇକୁ ମିଳୁନି ନୂଆ କୋଚ : ରିପୋର୍ଟ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ସହ ମହେନ୍ଦ୍ର ସିଂ ଧୋନୀ ୧୮ ବର୍ଷ ହେଲା ଜଡିତ ହୋଇ ରହିଛନ୍ତି । ଫ୍ରାଂଚାଇଜ ମଧ୍ୟ ତାଙ୍କର ସମସ୍ତ କଥା ମାନିଥାଏ । ତେବେ ପ୍ରଥମ ଥର ୧୯ତମ ସିଜନରେ ଧୋନୀଙ୍କ ଗୁରୁତ୍ୱ ଚେନ୍ନାଇ ଟିମରେ ଦେଖିବାକୁ ମିଳି ନ ଥିଲା । ଚେନ୍ନାଇର ପ୍ରଦର୍ଶନ ଭଲ ନ ଥିଲା ଏବଂ ଦଳ ପ୍ଲେ ଅଫରେ ମଧ୍ୟ ପ୍ରବେଶ କରିପାରି ନ ଥିଲା । ପ୍ରଥମ ଥର ପାଇଁ କ୍ରମାଗତ ୩ଟି ସିଜନରେ ଦଳ ପ୍ଲେ ଅଫକୁ ଉନ୍ନୀତ ହୋଇପାରି ନାହିଁ । ଆଘାତ ସମସ୍ୟା ଯୋଗୁ ଧୋନୀ ଗୋଟିଏ ବି ମ୍ୟାଚ ଖେଳି ନ ଥିଲେ । ଧୋନୀଙ୍କ ଯୋଗୁ କୌଣସି ବଡ କୋଚ ଚେନ୍ନାଇ ସହିତ ଜଡିତ ହେବାକୁ ଚାହୁଁ ନାହାନ୍ତି । ଧୋନୀଙ୍କ ଉପସ୍ଥିତି ବର୍ତମାନ ପରିସ୍ଥିତିରେ ଦଳକୁ ବ୍ୟାକଫୁଟକୁ ନେଉଥିବା ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଟିମ ମ୍ୟାନେଜମେଂଟ ନୂଆ କୋଚ ନେବାକୁ ଚାହୁଁଥିଲେ ମାତ୍ର ଧୋନୀ ଗଲେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି କହିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଧୋନି କଣ ସିଏସକେ ପାଇଁ ଏକପ୍ରକାର ବୋଝ ପାଲଟି ଗଲେଣି କି ବୋଲି ପ୍ରଶ୍ନ ଉଠିଛି । ଯାହା ପିଛା କୋଟି କୋଟି ଟଙ୍କା ବ୍ୟୟ ହେଉଛି ସେ ନାଁ ତ ଦଳ ଗଢ଼ିବାରେ କିମ୍ବା ପ୍ରଦର୍ଶନ ମାଧ୍ୟମରେ କୌଣସି ସହଯୋଗ କରୁଛି । ନ୍ୟୁଜିଲାଣ୍ଡର ଷ୍ଟିଫେନ ଫ୍ଲେମିଂଙ୍ଗ ଏବେ ସିଏସକେ କୋଚ ଦାୟିତ୍ୱ ତୁଲାଉଛନ୍ତି । ସଞ୍ଜୁ ସାମସନଙ୍କ ଉପସ୍ଥିତି ଅବଶ୍ୟ ଦଳକୁ ମଜଭୁତ କରିଛି । ସେ ଧୋନୀଙ୍କ ସ୍ଥାନ ନେବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.