Latest Odisha News

BREAKING NEWS

ଭାରତ ଗସ୍ତରେ ଆସି ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌ ଆସିବାକୁ ନିମନ୍ତ୍ରଣ କଲେ ଆମେରିକା ବିଦେଶ ସଚିବ ମାର୍କୋ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତ ଗସ୍ତରେ ଅଛନ୍ତି । ସେ ପ୍ରଥମେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପହଞ୍ଚିଥିଲେ । ଏହା ପରେ ସେ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ମାର୍କୋ ରୁବିଓ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି ।

ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି ଯେ, ବିଦେଶ ସଚିବ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ରୁବିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହ୍ୱାଇଟ୍ ହାଉସ୍ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ସେପଟେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭାରତରେ ସ୍ବାଗତ କରିବା ସହିତ ଦୁହେଁ ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାରେ ନିରନ୍ତର ପ୍ରଗତି, ଆଞ୍ଚଳିକ ଓ ବିଶ୍ୱ ଶାନ୍ତି, ସୁରକ୍ଷା ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ ବୋଲି କହିଛନ୍ତି ।

ସୂଚନାଥାଉକି, ଏହା ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓଙ୍କ ପ୍ରଥମ ଭାରତ ଗସ୍ତ । ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି । ଏପରି ପରିସ୍ଥିତିରେ ମାର୍କୋ ରୁବିଓଙ୍କ ଏହି ଗସ୍ତ ଆଗାମୀ ସମୟରେ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଦିଗଦର୍ଶନ ଦେଇପାରେ ।

Leave A Reply

Your email address will not be published.