ଚାମୋଲି: ଉତ୍ତରାଖଣ୍ଡର ଚାମୋଲିରେ ଥିବା ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର ନିକଟବର୍ତ୍ତୀ କାଞ୍ଚନ ଗଙ୍ଗା ଅଞ୍ଚଳରେ ଏକ ଏକ ବିଶାଳକାୟ ଗ୍ଲେସିଅର ଫାଟିଥିବା ଜଣାପଡ଼ିଛି।
ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି କିମ୍ବା ଜନଜୀବନ ହାନି ହୋଇନଥିବା ଜଣାପଡିଛି। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଉଚ୍ଚ ସ୍ଥାନରୁ ବଡ଼ ବଡ଼ ବରଫ ଖଣ୍ଡ ଭାଙ୍ଗି ଖସୁଥିବା ଦେଖାଯାଉଛି। ହିମସ୍ଖଳନ ରାସ୍ତା କିମ୍ବା କୌଣସି ଜନବସତି ଅଞ୍ଚଳରେ ପହଞ୍ଚି ନାହିଁ। ପ୍ରଶାସନ ଅନୁଯାୟୀ, ଚାରିଧାମ ଯାତ୍ରା, ବଦ୍ରିନାଥ ରାଜପଥ କିମ୍ବା ସ୍ଥାନୀୟ ଜୀବନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ।
ଅପରପକ୍ଷରେ ପ୍ରବଳ ତାତି ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ହିମାଳୟ ଅଂଚଳରେ ଗ୍ଲେସିଅର ତରଳିବା ବଢୁଥିବା କୁହାଯାଉଛି।