ରାୟଗଡା: ବହୁ ଚର୍ଚ୍ଚିତ ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତଙ୍କୁ ବାନ୍ଧିଲା । ପୂର୍ବରୁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏବେ ଆଉ ୪ ଜଣ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଯାଇଛି। ଫଳରେ ଏବେ ମୋଟ ଗିରଫ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।
ଗିରଫ ୪ ଅଭିଯୁକ୍ତ ହେଲେ ଚିଣ୍ଟୁ ଓରଫ ଦେବାଶିଷ ବିଭୋର, ପବନ କାଲ୍ପା ଓ ସାଗର କାଲ୍ପା,ଅଜୟ ଦେବରାପଲ୍ଲୀ ।
ସୂଚନାଥାଉକି, ପୋଲିସ ଟିମ୍ ବିଶାଖାପଟନମ୍ ରୁ ଗୋଆ ହୋଇ କର୍ଣ୍ଣାଟକର ହୁବଲ୍ଲୀ ପର୍ଯ୍ୟନ୍ତ ପିଛା କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଅଜୟ ଦେବରାପଲ୍ଲୀଙ୍କୁ ଆନ୍ଧ୍ର ପ୍ରଦେଶର ପାଲନାଡୁ ଜିଲ୍ଲାରୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ,ପୂର୍ବଶତ୍ରୁତା ଓ ଜୁଆ ଆଡ୍ଡାରେ ଲୁଟପାଟ ଘଟଣାକୁ କେନ୍ଦ୍ର କରି ରାୟଗଡ ସହରରେ ଗତ ୯ ତାରିଖ ରାତିରେ ନିଖିଲକୁ କିଛି ଦୁର୍ବୃତ୍ତ ମାନେ ଇନ୍ଦିରା ନଗର ତୃତୀୟ ଗଳିରେ ଗୁଳି କରି ଏକ ବୋଲେରୋ ଗାଡିରେ ଅପହରଣ କରିଥିଲେ। ପରେ ନିଖିଲଙ୍କୁ ହତ୍ୟା କରି ନଦୀକୂଳରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ ।