ମୁମ୍ବାଇ: ତାନ୍ୟା ଦେଓଲଙ୍କୁ ବିବାହ କରି ବଲିଉଡର ଲୋକପ୍ରିୟ ଅଭିନେତା ବବି ଦେଓଲ ତାଙ୍କ ପାରିବାରିକ ଜୀବନ ଖୁସୀରେ କାଟୁଛନ୍ତି । ତାନ୍ୟାଙ୍କୁ ବବି ଭଲ ପାଉଥିଲେ ଏବଂ ଶେଷରେ ବିବାହ କରିଥିଲେ । ବବିଙ୍କ ସହ ସମ୍ପର୍କକୁ ନେଇ ଇତି ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ପ୍ରଡ୍ୟୁସର ପୂଜା ଭଟ୍ଟ ଏକ ବଡ ଖୁଲାସା କରିଛନ୍ତି । ତାନ୍ୟାଙ୍କୁ ଭଲ ପାଇବା ପୂର୍ବରୁ ବବି ଏବଂ ପୂଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ପୂଜା କହିଛନ୍ତି ଯେ, ବବିଙ୍କ ସହ କାଟିଥିବା ସମୟ ମୋ ପାଇଁ ସର୍ବଦା ଅଭୂଲା ହୋଇ ରହିବ । ଡ୍ୟାଡୀ ଫିଲ୍ମ ପରେ ପୂଜା ଫିଲ୍ମ କ୍ୟାରିୟରକୁ ଆଗକୁ ବଢ଼ାଇବାକୁ ଚାହୁଁ ନ ଥିଲେ । ଏପରିକି ସେ ଆଶୀକୀ ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ ।
ବବିଙ୍କୁ ସେ ଭଲ ପାଉଥିଲେ ବୋଲି ସ୍ପଷ୍ଟ ଭାବେ କହିଥିଲେ । କିଛି ଦିନ ପରେ ଉଭୟଙ୍କ ବ୍ରେକଅପ ହୋଇଥିଲା । ଅବଶ୍ୟ ପୂଜା ବ୍ରେକଅପ କଣ ପାଇଁ ହୋଇଥିଲା ତାହା କହି ନ ଥିଲେ । ସମ୍ପର୍କ ଶେଷ ହୋଇଗଲା ବାସ୍…ଏବେ ସେ ବିଷୟରେ ଆଉ ଆଲୋଚନା କରିବା ଠିକ ହେବନି । ବବିଙ୍କ ପରିବାର ଠିକଠାକ ଚାଲିଛି । ସେମାନଙ୍କ ପିଲାମାନେ ବଡ ହେଲେଣି । ଏବେ ତାଙ୍କ କ୍ୟାରିୟରର ଉନ୍ନତି ନେଇ ମୁଁ ବେଶ ଖୁସୀ ବୋଲି ପୂଜା କହିଛନ୍ତି । ୧୯୯୬ରେ ତାନ୍ୟାଙ୍କୁ ବବି ବିବାହ କରିଥିଲେ । ସେମାନଙ୍କ ୨ଟି ପୁଅ । ସେହିପରି ପୂଜାଭଟ୍ଟ ୨୦୦୩ରେ ମନୀଷ ମଖୀଜାଙ୍କୁ ବିବାହ କରିଥିଲେ । ୧୧ ବର୍ଷ ପରେ ସେମାନଙ୍କ ଛାଡପତ୍ର ହୋଇଯାଇଛି । ଏବେ ସେ ସିଙ୍ଗଲ ହୋଇ ପଡିଛନ୍ତି ।