Latest Odisha News

ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ । ଏନେଇ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ମିଶନ ଶକ୍ତି ମହିଳାଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଆଜି ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୩୦ ଜିଲ୍ଲାର ଲକ୍ଷପତି ଦିଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ୩ ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଲକ୍ଷପତି ଦିଦିଙ୍କୁ କୋଟିପତି କରିବା ଲକ୍ଷ୍ୟ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ, ଆସନ୍ତା ୩ ରୁ ୪ ମାସ ଭିତରେ କାଳିଜାଇରେ ଇଭି ବୋଟ୍ ଚଳାଚଳ କରିବ। ଚିଲିକା ସହ ଭିତରକନିକାର ବୋଟକୁ ମଧ୍ୟ ଇଭି ଏବଂ ସୌରଚାଳିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.