Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ମନ୍ଦିରର ପତିତପାବନ ଓ ଆନନ୍ଦବଜାର ନାମକୁ ଟ୍ରେଡ୍‌ମାର୍କ ସ୍ୱୀକୃତି

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ, ପତିତପାବନ, ନୀଳଚକ୍ର ସମେତ ୨୯ଟି ନାମର ଟ୍ରେଡମାର୍କ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବାବେଳେ, ସେଥିରୁ ତିନୋଟି ନାମକୁ ଆଇନଗତ ସ୍ବୀକୃତି ମିଳିଛି । ଆଉ ୨୬ଟି ଦରଖାସ୍ତ ଇଣ୍ଡିଆ ଟ୍ରେଡ୍‌ମାର୍କ ରେଜେଷ୍ଟ୍ରି ନିକଟରେ ବିଚାରାଧୀନ ରହିଛି ।

ଏହିସବୁ ନାମ ଗୁଡ଼ିକ ଶ୍ରୀଜଗନ୍ନାଥ ସଂସ୍କୃତିର ଐକ୍ୟ, ଐତିହ୍ୟ, ଆଧ୍ୟାତ୍ମିକତା ଓ ସ୍ବତନ୍ତ୍ରତା ବହନ କରୁଛି । ତେବେ ଟ୍ରେଡ୍‌ମାର୍କ ସ୍ୱୀକୃତି ମିଳିଥିବା ନାମ ଗୁଡିକ ହେଲା ଶ୍ରୀଜଗନ୍ନାଥ ମନ୍ଦିରର ପତିତପାବନ ଓ ଆନନ୍ଦବଜାର । ଏଥିସହ ନୀଳଚକ୍ର ଲୋଗୋ ମଧ୍ୟ ପଞ୍ଜିକୃତ ହୋଇଛି ।

ଶ୍ରୀମନ୍ଦିର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ଶବ୍ଦ ଓ ନାମଗୁଡ଼ିକର ଟ୍ରେଡ୍‌ମାର୍କ ପଞ୍ଜୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହାଦ୍ବାରା ଏହିସବୁ ନାମଗୁଡ଼ିକର ଅପବ୍ୟବହାର ଏବଂ ବ୍ୟବସାୟକରଣ ଉପରେ ରୋକାଯାଇ ପାରିବ । କାରଣ ଅନେକ ସମୟରେ କେତେକ ସଂସ୍ଥା ଏହିସବୁ ନାମ ଗୁଡ଼ିକୁ ଅନଧିକୃତ ଭାବେ ବ୍ୟବହାର କରିବା ସହ ଜଗନ୍ନାଥପ୍ରେମୀଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.