ନୂଆଦିଲ୍ଲୀ: କ୍ରୀଡା ଜଗତର ସବୁଠାରୁ ବଡ ଇଭେଂଟ ଫୁଟବଲ ବିଶ୍ୱକପ ଆମେରିକା, କାନାଡା ଓ ମେକ୍ସିକୋରେ ଆରମ୍ଭ ହୋଇଯାଇଛି । ଏହି ମେଗା ଟୁର୍ଣ୍ଣାମେଂଟରେ ୪୮ ଟିମ ଅଂଶଗ୍ରହଣ କରୁଛନ୍ତି । ୧୬ଟି ପଡିଆରେ ଓଭରାଲ ୧୦୪ ମ୍ୟାଚ ଖେଳାଯିବ । ଏଥର ପୁରସ୍କାର ରାଶି ବହୁମାତ୍ରାରେ ବୃଦ୍ଧି କରାଯାଇଛି । ଗତ ସଂସ୍କରଣ ତୁଳନାରେ ୫୦ ପ୍ରତିଶିତ ବୃଦ୍ଧି ପାଇଛି । ଏଥର ୬୫୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ବାବଦକୁ ମିଳିବ । ଭାରତୀୟ ମୂଲ୍ୟରେ ଏହା ୬୨୪୧ କୋଟି ଟଙ୍କା ହେବ । ଚାମ୍ପିୟନ ଟିମକୁ ୪୭୬ କୋଟି ଓ ରନର୍ସଅପ ଟିମକୁ ୩୧୪ କୋଟି ଟଙ୍କା ମିଳିବ ।
ଫିଫା ସମସ୍ତ ଟିମ ପାଇଁ ପୁରସ୍କାର ରାଶିର ଘୋଷଣା କରିଛି । ଏପରିକି ୪୮ତମ ସ୍ଥାନରେ ରହିଥିବା ଟିମ ୮୬ କୋଟି ଟଙ୍କା ମିଳିବ । କ୍ୱାଲିଫାଇ କରିଥିବା ସମସ୍ତ ଟିମକୁ ୧୦ ମିଲିୟନ ଆମେରିକୀୟ ଡଲାର ମିଳିବ । ଓଭରାଲ ଫିଫା ୮୨୯୯ କୋଟି ଟଙ୍କା ଖର୍ଚ୍ଚ କରିବ । ତୃତୀୟ ସ୍ଥାନରେ ରହିଥିବା ଟିମ ୨୭୬, ୪ର୍ଥ ସ୍ଥାନ ଟିମକୁ ୨୫୭ କୋଟି ଟଙ୍କା ମିଳିବ । ୫ମରୁ ୧୦ମ ସ୍ଥାନ ମଧ୍ୟରେ ରହିଥିବା ଟିମକୁ ୧୮୧ କୋଟି, ୯ମରୁ ୧୬ ସ୍ଥାନ ଟିମକୁ ୧୪୩ କୋଟି, ୧୭ରୁ ୩୨ତମ ସ୍ଥାନରେ ରହିଥିବା ଟିମକୁ ୧୦୫ ଓ ୩୩ରୁ ୪୮ତମ ସ୍ଥାନ ମଧ୍ୟରେ ରହିଥିବା ଟିମକୁ ୮୬ କୋଟି ଟଙ୍କା ଦିଆଯିବ ।