Latest Odisha News

BREAKING NEWS

ଗ୍ରୀଷ୍ମ ଛୁଟି ପରେ ଜୁନ୍ ୧୮ରେ ଖୋଲିବ ସ୍କୁଲ୍‌: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସରି ସରି ଆସୁଛି ଗ୍ରୀଷ୍ମ ଛୁଟି । ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ୍‌ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯଦି ୧୮ ପର୍ଯ୍ୟନ୍ତ ବେଶୀ ଖରା ହୁଏ ତାହେଲେ ଚିନ୍ତା କରାଯିବ । ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ନିଷ୍ପତ୍ତି ହୋଇନଥିବା କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସରକାର ପରିସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି। ଯଦି ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ପୁଣି ବୃଦ୍ଧି ପାଏ କିମ୍ବା ପାଣିପାଗ ଅଧିକ ପ୍ରତିକୂଳ ହୁଏ, ତେବେ ସରକାରଙ୍କ ସହ ଆଲୋଚନା କରି ପରିସ୍ଥିତି ଅନୁଯାୟୀ ପଦକ୍ଷେପ ନିଆଯିବ ।

ସ୍କୁଲ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ସ୍କୁଲଗୁଡ଼ିକରେ ପାନୀୟ ଜଳ, ପର୍ଯ୍ୟାପ୍ତ ବାୟୁ ଚଳାଚଳ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.