Latest Odisha News

BREAKING NEWS

୨୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ: ପାହାଡ଼ପୁର ପରିଦର୍ଶନ ସହ ରାଜ୍ୟ ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବରେ ହେବେ ସାମିଲ୍

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାର ଐତିହାସିକ ସ୍ଥଳ ପରିଦର୍ଶନ କରିବା ସହିତ ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେବାର ପ୍ରମୁଖ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳ ତଥା ରାଜ୍ୟ ବିଜେପି ଶିବିରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

 

ମିଳିଥିବା ସୂଚନା ଏବଂ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ ମିନିଟରେ ରାଇରଙ୍ଗପୁରର ପାହାଡ଼ଭଙ୍ଗାଠାରେ ପହଞ୍ଚିବେ। ସେଠାରେ ପହଞ୍ଚିବା ପରେ ସେ ପ୍ରାୟ ଗୋଟିଏ ଘଣ୍ଟା ଧରି ପାହାଡ଼ପୁର ଐତିହାସିକ ସ୍ଥଳ ବୁଲି ଦେଖିବେ। ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱତନ୍ତ୍ର ଗସ୍ତ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ୍ କଡ଼ାକଡ଼ି କରାଯାଇଛି।

 

ପାହାଡ଼ପୁର ପରିଦର୍ଶନ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଅପରାହ୍ଣ ୧ଟାରୁ ୨ଟା ପର୍ଯ୍ୟନ୍ତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟରେ ବିଜେପି ସରକାରର ସଫଳତାର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ସେଠାରେ ସେ ଉପସ୍ଥିତ ଜନସାଧାରଣ ତଥା ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

 

ଏହି ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ଣ ୨ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତ ଶେଷ କରିବେ। ସେଠାରୁ ସେ ସିଧାସଳଖ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.