Latest Odisha News

BREAKING NEWS

PM Modi Visit:ମୁଁ ଆସନ୍ତାକାଲି ଓଡ଼ିଶାର ମୟୂରଭଞ୍ଜରେ ରହିବି, ଏହି ଗସ୍ତ ଉଲ୍ଲେଖନୀୟ ହେବ:ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ମୁଁ ଆସନ୍ତାକାଲି, ୨୦ ଜୁନରେ ଓଡ଼ିଶାର ମୟୂରଭଞ୍ଜରେ ରହିବି। ଏହି ଗସ୍ତ ଉଲ୍ଲେଖନୀୟ ହେବ। ସୋସିଆଲ ମିଡିଆରେ ‘ଏକ୍ସ’ରେ ମୟୂରଭଞ୍ଜ ଗସ୍ତକୁ ନେଇ ଓଡ଼ିଆରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସେ ଲେଖିଛନ୍ତି ଯେ,ମୁଁ ଆସନ୍ତାକାଲି, ୨୦ ଜୁନରେ ଓଡ଼ିଶାର ମୟୂରଭଞ୍ଜରେ ରହିବି। ଏହି ଗସ୍ତ ଉଲ୍ଲେଖନୀୟ ହେବ କାରଣ ରାଷ୍ଟ୍ରପତି ଜୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ମୟୂରଭଞ୍ଜ ମଧ୍ୟ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀଙ୍କ ଗୃହ ଜିଲ୍ଲା। ରାଷ୍ଟ୍ରପତି ଜୀ ଏବଂ ମୁଁ ପାହାଡପୁର ଗାଁକୁ ଯିବୁ ଏବଂ ତାହା ପରେ ଆମେ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବୁ। ୪୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଅଥବା ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

ସୂଚନାଥାଉକି, ଆସନ୍ତାକାଲି ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁଙ୍କ କଥା ରଖି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ରାଇରଙ୍ଗପୁରରେ ପହଞ୍ଚି ସାରିଥିବାବେଳେ କାଲି ପୂର୍ବାହ୍ନ ୧୧ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେଠାରେ ଉଭୟ ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ବୁଲିବେ।

Leave A Reply

Your email address will not be published.