Latest Odisha News

BREAKING NEWS

୫୭ ବର୍ଷରେ ପୁଣି ଆକ୍ସନକୁ ଫେରିବେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ ତାଙ୍କ ପିତା ତଥା ଆକ୍ସନ ନିର୍ଦ୍ଦେଶକ ବୀରୁ ଦେବଗନଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କର ନୂଆ ଫିଲ୍ମ “ଚୌହାନ” ଘୋଷଣା କରିଛନ୍ତି।

ନିର୍ମାତାମାନେ “ଚୌହାନ”ର ପ୍ରଥମ ଝଲକ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ୫୭ ବର୍ଷ ବୟସରେ ଅଜୟ ଦେବଗନ ପୁଣିଥରେ ଚୌହାନ ଚରିତ୍ରରେ ଅଭିନୟ କରି ଫୁଲ୍ ଆକ୍ସନରେ ନଜର ଆସିଛନ୍ତି। ଫିଲ୍ମର କାହାଣୀ କାଶ୍ମୀରରେ ପଥର ଫିଙ୍ଗାଳି ଘଟଣା ଉପରେ ଆଧାରିତ, ଏବଂ ସେଠାକାର ଯୁବକମାନଙ୍କୁ କିପରି ଥରେ ଭ୍ରମିତ କରାଯାଇ ପଥର ଦିଆଯାଉଥିଲା।

୨ ମିନିଟ୍, ୨୪ ସେକେଣ୍ଡର ଟିଜର ୨୦୧୮ରେ କାଶ୍ମୀରର ପୁଲୱାମାରେ ଆରମ୍ଭ ହୁଏ। ଯେଉଁଠାରେ ପଥର ଫିଙ୍ଗାଳିମାନେ ସେନା ଉପରେ ପଥର ଫିଙ୍ଗି ଥାନ୍ତି ଏବଂ ସେନା ସେମାନଙ୍କ ସହିତ ଲଢ଼ୁଛି।

“ଚୌହାନ” ଜିଓ ଷ୍ଟୁଡିଓ ଏବଂ ଆନନ୍ଦ ଏଲ୍. ରୟଙ୍କ କଲର ୟେଲୋ ପ୍ରଡକ୍ସନ ହାଉସ ମିଳିତ ଭାବରେ ନିର୍ମାଣ କରିଛନ୍ତି। ହିମାଂଶୁ ଶର୍ମା ମଧ୍ୟ ଫିଲ୍ମର ପ୍ରଯୋଜକମାନଙ୍କ ମଧ୍ୟରୁ ଜଣେ। ଏହି ଫିଲ୍ମଟି ନୀରଜ ଯାଦବଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ। “ଚୌହାନ”ରେ ୫୭ ବର୍ଷୀୟ ଅଜୟ ଦେବଗନ ପୁଣି ଥରେ ଫଲ୍ ଆକ୍ସନ ଅବତାରରେ ନଜର ଆସିବେ। ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। “ଚୌହାନ” ଆସନ୍ତା ବର୍ଷ ଅକ୍ଟୋବର ୧, ୨୦୨୭ରେ ସିନେମା ହଲକୁ ଆସିବ।

 

Leave A Reply

Your email address will not be published.