Latest Odisha News

BREAKING NEWS

ବିଜେଡି ପରେ ବହି ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କଟାକ୍ଷ କଲା କଂଗ୍ରେସ…

ଭୁବନେଶ୍ବର: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ବିଜେଡି ପରେ ଟାର୍ଗେଟ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଭଲ କଥା ବହି ତ୍ରୁଟି ପଛରେ ଷଡ଼ଯନ୍ତ୍ର ହେଇଛି ବୋଲି ମୁଖ୍ୟମନ୍ତ୍ରୀ ମାନିଲେ । ହେଲେ ଷଡ଼ଯନ୍ତ୍ରକାରୀ କିଏ ? ଏଭଳି ଭୁଲ୍ ପାଠ୍ୟକ୍ରମ ଛପେଇଲା କିଏ ? ଏବେ ଯାଏଁ ଆକ୍ସନ ନାହିଁ, ମୁଖ୍ୟମନ୍ତ୍ରୀ ଅସହାୟ ହୋଇପଡିଛନ୍ତି । ମୁଖ୍ୟମନ୍ତ୍ରୀ ମାନିଲେ ଭୁଲ ହେଇଛି ତାଙ୍କୁ ଧନ୍ୟବାଦ ।

କିନ୍ତୁ କେଉଁ ଅଫିସର ଭୁଲ କରିଛନ୍ତି ତାହା ସେ ସ୍ପଷ୍ଟ କରନ୍ତୁ । ବହିକୁ ତୁରନ୍ତ ତୃଟି ଶୂନ୍ୟ କରି ପିଲାଙ୍କୁ ପ୍ରଦାନ କରନ୍ତୁ । ଭୁଲ୍ ବହି ପ୍ରିଣ୍ଟ ଯିଏ କଲା ତା ଉପରେ କାର୍ଯ୍ୟାନୁଷ୍ଠାନ ହେଉ । SCERT ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।

ସେହିଭଳି, ପୂର୍ବରୁ ବିଜେଡି ବିଧାୟକ ସାରଦା ଜେନା କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ମର୍ମାହତ କରିଛି । ମୁଖ୍ୟମନ୍ତ୍ରୀ ନିଜେ କହିଲେ ବଡ଼ ଷଡଯନ୍ତ୍ର ରହିଛି । ଚାଲି ନ ଜାଣି ବାଟର ଦୋଷ ଦେଉଛନ୍ତି । ଖାଲି କହିଲେ ହେବନି ଷଡଯନ୍ତ୍ରକୁ ବାହାରକୁ ଆଣନ୍ତୁ । ନିଜ ଦାୟିତ୍ବରୁ ଖସିଯିବା ପାଇଁ ଅନ୍ୟ ଉପରେ ଦୋଷ ଲଦିବା ଠିକ ନୁହେଁ ।

ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି। ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଲାଗୁଛି । ତଦନ୍ତ ପାଇଁ କମିଟି ଗଠନ ହୋଇଛି, ୭ ଦିନ ଭିତରେ ରିପୋର୍ଟ ଆସିବ । ଷଡ଼ଯନ୍ତ୍ର ଥିଲେ ରିପୋର୍ଟ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ଓ କଂଗ୍ରେସ ।

Leave A Reply

Your email address will not be published.