Latest Odisha News

BREAKING NEWS

ଚୀନର ୧୦୯ ମହଲା କୋଠାକୁ ପିଟିଲା ବିମାନ; ମନେ ପଡ଼ିଲା ୯/୧୧ ଘଟଣା

ନୂଆଦିଲ୍ଲୀ: ଶୁକ୍ରବାର ଚୀନ୍‌ର ରାଜଧାନୀ ବେଜିଂର ସବୁଠାରୁ ଉଚ୍ଚ କୋଠା CITIC ଟାୱାରକୁ ଏକ ବିମାନ ଧକ୍କା ଦେଇଛି। ଏହି ଘଟଣାରେ ଗଗନଚୁମ୍ବି ବି ଲ ଡିଂ ଖୁବ୍ କ୍ଷତିଗ୍ରସ୍ତ ହୋଇଛି ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଘଟଣା ଆମେରିକା ୯/୧୧ ୱାର୍ଲଡ ଟ୍ରେଡ ସେଣ୍ଟର ବିଲ୍ଡିଂ ଆକ୍ରମଣ ଘଟଣାର ସ୍ମୃତିକୁ ତାଜା କରି ଦେଇଛି।

ବେଜିଂର ଗୁଓମାଓ ଜିଲ୍ଲାରେ ଥିବା ଏହି ୧୦୯ ମହଲା କୋଠାକୁ ଏହି ବିମାନ ଧକ୍କା ଦେଇଛି। ଯାହାକୁ ଚାଇନା ଜୁନ୍ ମଧ୍ୟ କୁହାଯାଏ ଏଠାରେ ଅବସ୍ଥିତ।

ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରେ ଭାଇରାଲ ଭିଡିଓଗୁଡ଼ିକରେ ଦେଖାଯାଉଛି ଯେ ବିମାନଟି ଟାୱାରର ଏକ ଅଂଶକୁ ଧକ୍କା ଦେଇଛି ଏବଂ ଧକ୍କା ହେବା ପରେ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଛି। ଉପରୁ ବିମାନର କିଛି ଅଂଶ ଖସିପଡ଼ୁଥିବା ଦେଖାଯାଉଥିବା ବେଳେ ତଳେ ବିଛାଡ଼ି ହୋଇ ପଡ଼ିଥିବା ଭଗ୍ନାବଶେଷରୁ ଧୂଆଁ ବାହାରୁଥିବା ଦେଖାଯାଉଛି।

ରିପୋର୍ଟ ଅନୁଯାୟୀ, କୋଠା ଚାରିପାଖରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି, ଯାହା ପଥଚାରୀମାନଙ୍କୁ କୋଠାର ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡ କରିବାରୁ ବାରଣ କରୁଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ସୁରକ୍ଷା କର୍ମୀମାନେ କୋଠା ଚାରିପାଖରେ ଥିବା ଅନେକ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

ତେବେ ଅଧିକାରୀମାନେ ଏପର୍ଯ୍ୟନ୍ତ ବିମାନରେ ଥିବା ଲୋକ ଅଥବା ମୃତାହତ ନେଇ ସ୍ପଷ୍ଟ ସୂଚନା ଦେଇନାହାଁନ୍ତି। ପ୍ରାରମ୍ଭିକ ସୂଚନା ଅନୁସାରେ ସିଆଇଟିଆଇସି ବିଲ୍ଡିଂ ସହ ଧକ୍କା ଲାଗିଥିବା ବିମାନ ଏକ ଚୀନ ନିର୍ମିତ ବି-୧୨ ପିପି ହାଲୁକା ବେ ସାମରିକ ବିମାନ ଥିଲା। ଏହି ବିମାନଟି ବେଜିଂର ସିଫୋସି ଏୟାରପୋର୍ଟରୁ ଉଡାଣ କରିଥିଲା। ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁସାରେ ବିମାନଟି ଉଡାଣ କରିବାର ୩୦ ମିନିଟ୍ ପରେ ସ୍ଥାନୀୟ ସମୟ ସନ୍ଧ୍ୟା ପାଖାପାଖି ୫ଟା ୪୦ ମିନିଟ୍ ରେ ଏୟାରପୋର୍ଟକୁ ଫେରିବାରଥିଲା। କିନ୍ତୁ ପରେ ଏହା ଦିଗହରା ହେବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

 

Leave A Reply

Your email address will not be published.