Latest Odisha News

BREAKING NEWS

Lightning strike:ବରଯାତ୍ରୀଙ୍କ ପାଇଁ କାଳ ହେଲା ବଜ୍ରପାତ;ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ: ବରଯାତ୍ରୀ ଯାଉଥିବା ବେଳେ ଅଘଟଣ । ବଜ୍ରପାତ ଘଟି ଜଣେ ମୃତ ଓ ୨ ଜଣ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଝୁମ୍ପୁଡ଼ିଆରେ । ମୃତକ ହେଲେ କୋଇଲିପଙ୍ଗି ଗାଁର ଅମିନ ବେହେରା ( ୫୨)। ଗୁରୁତର ତପନ ଜେନା, ମନୋଜ ଦେହୁରୀଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହାପରେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଶୁକ୍ରବାର ଅପରାହ୍ନରେ ଝୁମ୍ପୁଡ଼ିଆରୁ ରଞ୍ଜା ଗାଁକୁ ଏକ ବରାଯାତ୍ରୀ ଦଳ ଯାଉଥିଲେ । । ବିବାହ ପ୍ରସେସନ କନ୍ୟା ଘରେ ପହଞ୍ଚିବା ଅଳ୍ପ ଦୂର ଥିବା ବେଳେ ରଞ୍ଜା ଗାଁ ନିକଟରେ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା । ଫଳରେ ୩ଜଣ ଅସୁସ୍ଥ ହୋଇପଡ଼ିଥିଲେ । ପରେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଅମିନଙ୍କୁ ମୃତ ଘୋଷଣା କରିଥିଲେ ।

 

Leave A Reply

Your email address will not be published.