Latest Odisha News

BREAKING NEWS

ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ, ପୂଜାପାଠ ପରେ ଖୋଲିଲା ୭ ନମ୍ବର ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର: ବାଜିଲା ସାଇରନ୍ । ଖୋଲିଲା ହୀରାକୁଦ ୭ ନମ୍ବର ସ୍ଲୁଇସ୍ ଗେଟ୍। ମହାନଦୀକୁ ଛଡ଼ାଗଲା ବର୍ଷ ପ୍ରଥମ ବନ୍ୟାଜଳ। ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରଥମ ଗେଟ ଖୋଲିଛନ୍ତି । ବର୍ତ୍ତମାନ ମୋଟ-୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଆଜି ଆହୁରି ୫ଟି ଗେଟ ଖୋଲାଯିବ।

ବାମ ପାଶ୍ୱର୍ରେ ୩ଟି ଓ ଡାହାଣ ପାଶ୍ୱର୍ରେ ଗୋଟିଏ ଗେଟରେ ଜଳ ନିସ୍କାସନ ହେଉଛି। ସୂଚନା ଅନୁସାରେ ଗତ ୨ ଦିନ ମଧ୍ୟରେ ହୀରାକୁଦରେ ୯ ଫୁଟ ଜଳସ୍ତର ବୃଦ୍ଧି ପାଇଛି। ଉପରମୁଣ୍ଡରେ ଥିବା କଲମା ବ୍ୟାରେଜର ୬୧ଟି ଫାଟକ ଖୋଲାଯିବାରୁ ଏଭଳି ଅବସ୍ଥା ହୋଇଛି। ନଦୀବନ୍ଧରେ ବନ୍ୟାଜଳ ନିଷ୍କାସନକୁ ନେଇ ମହାନଦୀ ତଟବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ପ୍ରାୟ ୬୧୪.୬୫ ଫୁଟ୍ ରହିଛି । ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ଛାଡ଼ିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହୀରାକୁଦ ମୁଖ୍ୟ ବନ୍ଧ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଅଧିସୂଚିତ ଅଞ୍ଚଳରେ ଡ୍ରୋନ୍, ମାଇକ୍ରୋଲାଇଟ୍ ବିମାନ ଏବଂ ଅନ୍ୟାନ୍ୟ ସମସ୍ତ ମାନବହୀନ କିମ୍ବା ମାନବଚାଳିତ ଆକାଶ ଉପକରଣର ପରିଚାଳନା ସମ୍ପୂର୍ଣ୍ଣ ନିଷେଧ। ସମସ୍ତେ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ଏବଂ ସୁରକ୍ଷା ସୁନିଶ୍ଚିତ କରିବାରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ହେଉଛି।

Leave A Reply

Your email address will not be published.