Latest Odisha News

BREAKING NEWS

ପୂର୍ବତନ କାଉନସିଲରଙ୍କୁ ବୋମା ମାଡ ପଛରେ ସୁପାରୀ କିଲର !

ରାଉରକେଲା: ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ କେହି ଦୁବୃର୍ତ୍ତ ବୋମା ମାଡ କରିବା ଘଟଣା ଶୁକ୍ରବାର ଦିନ ନୂଆମୋଡ ନେଇଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସମେତ ୩ ଜଣକୁ ମଧ୍ୟ ଅଟକ ରଖିଛି ପୋଲିସ ।

ପ୍ରାପ୍ତ ସୂଚନାନୁଯାୟୀ, ରାଉରକେଲାର ଉଦିତ ନଗର ସ୍ଥିତ ବାସନ୍ତି କଲୋନୀ ଅଞ୍ଚଳରେ ଶ୍ରୀ ମହାନ୍ତୀ ନିଜ କାର୍ଯ୍ୟାଳୟ ଅଭିମୁଖେ ଗାଡିରେ ଯାଉଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ତାଙ୍କ ବୋମା ଫୋପାଡିଥିଲେ । ପରବର୍ତ୍ତୀ ମସୟରେ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରୁ ଏକ ଜୀବନ୍ତ ବୋମା ଜବତ କରିଛନ୍ତି ।

ଉକ୍ତ ବୋମା ମାଡ ଫଳରେ ଶ୍ରୀ ମହାନ୍ତି ଗାଡିରୁ ପଡିଯିବା ପରେ ସମ୍ପୃକ୍ତ ଦୁବୃର୍ତ୍ତମାନେ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଏସପି ଶିବା ସୁବ୍ରମଣୀ କହିଛନ୍ତି, “ଉକ୍ତ ଆକ୍ରମଣରେ ଦୁବୃର୍ତ୍ତମାନେ ବୋତଳ ବୋମାର ବ୍ୟବହାର କରିଥିଲେ” । ଏହାବ୍ୟତିତ ପ୍ରାରମ୍ଭିକ ତଦନ୍ତ ପରେ ୩ ଜଣ ସଦିଗ୍ଧଙ୍କୁ ଧରାଯାଇଛି । ଏପରିକି ବ୍ୟକ୍ତିଗତ ପ୍ରତିଦ୍ୱନ୍ଦିତା କାରଣ ଯୋଗୁଁ ଏଭଳି ଆକ୍ରମଣ ହୋଇଥିବା ନେଇ ସେ କହିଛନ୍ତି ।

ଆହୁରି ମଧ୍ୟ ଏହି ଆକ୍ରମଣ ପଛରେ ସମ୍ପୃକ୍ତ ବ୍ୟବସାୟୀ ଜଣକ ମାଷ୍ଟର ମାଇଣ୍ଡ ରହିଥିବା ବେଳେ ଶ୍ରୀ ମହାନ୍ତିଙ୍କୁ ହତ୍ୟା କରିବା ଲାଗି ସୁପାରୀ କିଲରଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କା ସୁପାରୀ ଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ କଟକର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର୍ ଡି ବ୍ରଦର୍ସଙ୍କ ସହ ଲିଙ୍କ ଥିବା ନେଇ ଅଶେଷଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.