Latest Odisha News

BREAKING NEWS

୧୮ ବର୍ଷ ପରେ ଚେନ୍ନାଇର ହେଡ କୋଚ ପଦରୁ ଓହରିଲେ ଫ୍ଲେମିଂ, ଧୋନୀ ହେବେ କି ମେଂଟର

ଚେନ୍ନାଇ: ୧୮ ବର୍ଷ ପରେ ଆଇପିଏଲର ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସର ହେଡ କୋଚ ଷ୍ଟିଫେନ ପ୍ଲେମିଂ ଦଳ ଛାଡିଛନ୍ତି । ସିଏସକେ ମ୍ୟାନେଜମେଂଟ କାହାକୁ ପରବର୍ତୀ ମେଂଟର କରିବେ ଘୋଷଣା କରି ନ ଥିଲେ ମଧ୍ୟ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ଏ ନେଇ ସ୍ୱତଃ ଉଠିଛି । ଧୋନୀ ମଧ୍ୟ ଏ ସମ୍ପର୍କରେ କିଛି ବୟାନ ଦେଇ ନାହାନ୍ତି । ଖୁବ ଶୀଘ୍ର କ୍ୟାପଟେନ କୁଲ ଅବସର ଘୋଷଣା କରି ଦଳର ମେଂଟର ଦାୟିତ୍ୱ ତୁଲାଇବେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ସେହିପରି ସଞ୍ଜୁ ସାମସନ ଦଳର ଅଧିନାୟକ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ଧୋନୀ ଆଇପିଏଲରେ ସର୍ବାଧିକ ମ୍ୟାଚରେ ନେତୃତ୍ୱ ନେଇଛନ୍ତି । ଏକମାତ୍ର ଅଧିନାୟକ ଭାବେ ସେ ୧୦୦ ମ୍ୟାଚ ଜିତିଛନ୍ତି । ୨୦୨୩ ପରଠାରୁ ଚେନ୍ନାଇର ପ୍ରଦର୍ଶନ ସ୍ତର ଖସିବାରେ ଲାଗିଛି । ସେଥିପାଇଁ ମ୍ୟାନେଜମେଂଟ କିଛି କଠୋର ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ପ୍ଲେମିଂଙ୍କ ପ୍ରଶିକ୍ଷଣରେ ଏବଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଟାଇଟଲ ହାସଲ କରିଛି ।

Leave A Reply

Your email address will not be published.