Latest Odisha News

BREAKING NEWS

ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼, ଥାନାରେ ଏତଲା ଦେଲେ ପରିବାର

କଟକ: ପୁଣି କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି ଜଣେ ନାବାଳକ । କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ସୂଚନା ରହିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା ସମ୍ପର୍କରେ ପୀଡ଼ିତ ନାବାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ମାଡ଼ମରା ଘଟଣା ଦୁଇ ଦିନ ତଳେ ଘଟିଥିଲା । କିନ୍ତୁ ନାବାଳକ ଜଣ ଏ ଘଟଣା ବିଷୟରେ ପରିବାର ଲୋକଙ୍କୁ କିଛି କହିନଥିଲା । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇ, ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଦୁଇ ଦିନ ପୂର୍ବେ ତାଙ୍କ ପୁଅ ଥଟାରି ସାହିକୁ ଯାଇଥିବା ବେଳେ ୫ରୁ ଅଧିକ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ଛୁରା ଦେଖାଇ ଉଲଗ୍ନ କରି ଗାଁଦାଣ୍ଡରେ ଛାଡ଼ିଦେଇଥିଲେ । ଏହି ଆକ୍ରମଣ ଓ ଭିଡ଼ିଓ ଭାଇରାଲ୍‌ କରିବାରେ ୪୨ନଂ ୱାର୍ଡ କର୍ପୋରେଟରଙ୍କ ପୁତୁରା ମଧ୍ୟ ସମ୍ପୃକ୍ତ ‌ଅଛି ବୋଲି ପୀଡ଼ିତ ନାବାଳକଙ୍କ ମା’ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.