Latest Odisha News

BREAKING NEWS

ରଥଯାତ୍ରା ଦଳାଚକଟା ଘଟଣା; ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କଲେ ମାନବାଧିକାର କମିଶନ

ପୁରୀ: ପୁରୀ ଘୋଷଯାତ୍ରା ସମୟରେ ଦଳାଚକଟା ଓ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟଣା । ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଏନେଇ ସେ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି । ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ଉପଯୁକ୍ତ ଓ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଇନଜୀବୀ ନିଶିକାନ୍ତ ମିଶ୍ର ଦାଖଲ କରିଥିବା ଆବେଦନକୁ ବିଚାର କରି ରାଜ୍ୟ ମାନବାଧିକାର କମିଶନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

ରାଜ୍ୟ ମାନବାଧିକାର କମିଶନ ଆହୁରି ଆଗାମୀ ବାହୁଡ଼ା ଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ କମିଶନ ପୃଥକ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।

ଏଥି ସହ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଭବିଷ୍ୟତରେ ଏଭଳି ଅଘଟଣ ନ ଘଟିବା ପାଇଁ ଦୃଢ଼ ବ୍ୟବସ୍ଥା କରିବାକୁ କମିଶନ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.