Latest Odisha News

BREAKING NEWS

ବିଜେଡିକୁ ବଡ଼ ଝଟକା: କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା ଧରିଲେ ପଦ୍ମ

ବାନୀପାଟଣା:କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା । ଦଳୀୟ ଅବହେଳା ଓ ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶକୁ ଆଧାର କରି ଶନିବାର କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଶଙ୍ଖ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।

ଭୁବନେଶ୍ୱରସ୍ଥିତ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହିତ ଜିଲାର ୯ ଜଣ ଜିଲା ପରିଷଦ ସଦସ୍ୟ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ନର୍ଲା ନିର୍ବାଚନ ମଣ୍ଡଳୀର ୨୪ ଜଣ ସରପଞ୍ଚ, ୩୧ ଜଣ ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ବିଜେଡିର ଜିଲା ଓ ବ୍ଲକ ସ୍ତରରେ ଥିବା ୨୫୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଭାଜପାରେ ସାମିଲ ହୋଇଛନ୍ତି।

ଦଳ ପରିବର୍ତ୍ତନ କରିବା ପରେ ପ୍ରତିକ୍ରିୟା ରଖି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି ଯେ, ଦଳୀୟ ଅବହେଳା ଏବଂ ନର୍ଲା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ତଥା ଅଞ୍ଚଳର ସ୍ୱାର୍ଥ ଦୃଷ୍ଟିରୁ ସେ ବାଧ୍ୟ ହୋଇ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ କରିଛି ।

 

Leave A Reply

Your email address will not be published.