Latest Odisha News

BREAKING NEWS

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ

ଫୁଲବାଣୀ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ । କନ୍ଧମାଳର ସନ୍ଥ, ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ ସୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ତଥା କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଏହା ସହିତ ଜଲେଶପଟ୍ଟାରେ ଥିବା ତାଙ୍କର ଆଶ୍ରମ, ଆଶ୍ରମ ସ୍କୁଲ ଏବଂ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ CMSA ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସ୍ୱାମୀଜୀଙ୍କ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ତଥା ସ୍ମରଣୀୟ କରିବା ପାଇଁ ଏହି ଅର୍ଥ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିରେ ୫ କୋଟି ଟଙ୍କା ବିନିଯୋଗରେ ଛାତ୍ରୀମାନଙ୍କ ପାଇଁ ୩୦୦ ଆସନ ବିଶିଷ୍ଟ ଏକ ଛାତ୍ରୀ ନିବାସ ପ୍ରତିଷ୍ଠା କରାଯିବ । ୩ କୋଟି ଟଙ୍କା ବିନିଯୋଗରେ ସ୍ୱାମୀଜୀଙ୍କ ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ । ଏହା ସହିତ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମ ଛାତ୍ରୀ ନିବାସକୁ ଜଳ ଯୋଗାଣ ପାଇଁ ୬୦ ଲକ୍ଷ ଟଙ୍କାରେ ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

ଏହା ସହିତ ଶୌଚାଳୟ ନିର୍ମାଣ, ଛାତ୍ରୀ ନିବାସ ପାଇଁ ଅତିରିକ୍ତ ଗୃହ ନିର୍ମାଣ, ପ୍ରାଚୀର ନିର୍ମାଣ, ଶ୍ରେଣୀଗୃହ, ହଷ୍ଟେଲ ବିଲ୍‌ଡିଂର ନବୀକରଣ ଆଦି ପାଇଁ ମଧ୍ୟ ଅର୍ଥର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.