Latest Odisha News

BREAKING NEWS

ପୁରୁଷ ଦିନିକିଆ କ୍ରିକେଟ୍‌ର ୫,୦୦୦ ମ୍ୟାଚ ସମ୍ପୂର୍ଣ୍ଣ: ବ୍ୟାଟିଂରେ ଭାରତର ସମ୍ପୂର୍ଣ୍ଣ ପ୍ରଭାବ

,ନୂଆଦିଲ୍ଲୀ: ପୁରୁଷ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ଇତିହାସରେ ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ ହୋଇଛି । ଦିନିକିଆ କ୍ରିକେଟ୍ ଆରମ୍ଭରୁ ଏପର‌୍ୟ୍ୟନ୍ତ ମୋଟ ୫,୦୦୦ଟି ମ୍ୟାଚ୍ ଖେଳାସରିଛି । ଏହି ୫୦ ବର୍ଷରୁ ଅଧିକ ସମୟର ଇତିହାସ ଏବଂ ୫,୦୦୦ ମ୍ୟାଚ୍‌ର ଆଙ୍କଡ଼ା ସ୍ପଷ୍ଟ କରୁଛି ଯେ ଦିନିକିଆ କ୍ରିକେଟ୍‌ର ବ୍ୟାଟିଂ ରେକର୍ଡଗୁଡ଼ିକରେ ଭାରତୀୟ ବ୍ୟାଟରଙ୍କ ସମ୍ପୂର୍ଣ୍ଣ ରାଜୁତି ରହିଛି । ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା ଏବଂ ଏମ୍.ଏସ୍. ଧୋନୀଙ୍କ ଭଳି ଭାରତୀୟ ବ୍ୟାଟ୍ସମ୍ୟାନମାନେ ଏହି ଫର୍ମାଟରେ ଅନେକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି ।

ବ୍ୟାଟିଂରେ ଭାରତୀୟ ଖେଳାଳିଙ୍କ ପ୍ରମୁଖ ରେକର୍ଡ: ସବାଧିକ ମ୍ୟାଚ୍: ସଚିନ ତେନ୍ଦୁଲକର (୪୬୩ ମ୍ୟାଚ୍), ସବାଧିକ ରନ୍: ସଚିନ ତେନ୍ଦୁଲକର (୧୮,୪୨୬ ରନ୍), ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର: ରୋହିତ ଶର୍ମା (୨୬୪ ରନ୍), ସର୍ବୋତ୍ତମ ବ୍ୟାଟିଂ ହାରାହାରି: ବିରାଟ କୋହଲି (୫୮.୫୯), ସବାଧିକ ଦ୍ୱିଶତକ: ରୋହିତ ଶର୍ମା (୩ ଥର),ସବାଧିକ ଶତକ: ବିରାଟ କୋହଲି (୫୪ ଶତକ),ସବାଧିକ ଅର୍ଦ୍ଧଶତକ: ସଚିନ ତେନ୍ଦୁଲକର (୯୬ ଅର୍ଦ୍ଧଶତକ), ସବାଧିକ ଚୌକା: ସଚିନ ତେନ୍ଦୁଲକର (୨,୦୧୬ ଚୌକା), ସବାଧିକ ଛକା: ରୋହିତ ଶର୍ମା (୩୬୯ ଛକା), ସବାଧିକ ଥର ନଟ୍-ଆଉଟ୍: ଏମ୍.ଏସ୍. ଧୋନୀ (୮୪ ଥର), ସବାଧିକ ପ୍ଲେୟାର ଅଫ୍ ଦି ମ୍ୟାଚ୍: ସଚିନ ତେନ୍ଦୁଲକର (୬୨ ଥର), ସବାଧିକ ପ୍ଲେୟାର ଅଫ୍ ଦି ସିରିଜ୍: ସଚିନ ତେନ୍ଦୁଲକର (୧୫ ଥର), ସବାଧିକ ସଫଳ ଭାଗିଦାରୀ : ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି (୮,୨୨୭ ରନ୍, ୨୬ଟି ଶତକୀୟ ଭାଗିଦାରୀ) ।

ଦିନିକିଆ ଇତିହାସର ଅନ୍ୟାନ୍ୟ ପ୍ରମୁଖ ବିଶ୍ୱ ରେକର୍ଡ: ସବାଧିକ ୱିକେଟ୍: ମୁଥେୟା ମୁରଲୀଧରନ୍ (ଶ୍ରୀଲଙ୍କା ,୫୩୪ ୱିକେଟ୍), ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ: ଚାମିଣ୍ଡା ଭାସ୍ (ଶ୍ରୀଲଙ୍କା ୮/୧୯), ସର୍ବୋତ୍ତମ ବୋଲିଂ ହାରାହାରି: ରଶିଦ ଖାନ୍ (ଆଫଗାନିସ୍ତାନ ୧୯.୯୨), ସର୍ବୋତ୍ତମ ଇକୋନୋମି : କର୍ଟଲି ଏମ୍ବ୍ରୋସ୍ (ୱେଷ୍ଟଇଣ୍ଡିଜ୍ ୩.୪୮), ସବାଧିକ ୫ୱିକେଟ ହଲ  : ୱକାର ୟୁନିସ୍ (ପାକିସ୍ତାନ ୧୩ ଥର), ସବାଧିକ ମେଡେନ୍ ଓଭର: ଶନ୍ ପୋଲକ୍ (ଦକ୍ଷିଣ ଆଫ୍ରିକା  ୩୧୩ ମେଡେନ୍), ସବୁଠାରୁ ଦ୍ରୁତ ଶତକ: ଏବି ଡିଭିଲିୟର୍ସ (ଦକ୍ଷିଣ ଆଫ୍ରିକା ୩୧ ବଲ୍), ସବୁଠାରୁ ଦ୍ରୁତ ଷ୍ଟ୍ରାଇକ୍ : ଶାହିଦ ଆଫ୍ରିଦି (ପାକିସ୍ତାନ  ୧୧୭.୦୦), ଅଧିନାୟକ ଭାବେ ସବାଧିକ ମ୍ୟାଚ୍: ରିକି ପଣ୍ଟିଂ (ଅଷ୍ଟ୍ରେଲିଆ  ୨୩୦ ମ୍ୟାଚ୍), ସବାଧିକ ଷ୍ଟମ୍ପିଂ: ଏମ୍.ଏସ୍. ଧୋନୀ (ଭାରତ  ୧୨୩ ଷ୍ଟମ୍ପିଂ), ସବାଧିକ    ଡିସମିସାଲ (ୱିକେଟକିପର): କୁମାର ସଙ୍ଗକାରା (ଶ୍ରୀଲଙ୍କା  ୫୦୧), ସବାଧିକ କ୍ୟାଚ୍: ଆଡାମ୍ ଗିଲକ୍ରିଷ୍ଟ (ଅଷ୍ଟ୍ରେଲିଆ ୪୧୭ କ୍ୟାଚ୍), ସର୍ବବୃହତ୍ ଭାଗିଦାରୀ: କ୍ରିସ୍ ଗେଲ୍ ଓ ମାର୍ଲନ୍ ସାମୁଏଲ୍ସ (ୱେଷ୍ଟଇଣ୍ଡିଜ୍  ୩୭୨ ରନ୍) ।

Leave A Reply

Your email address will not be published.