Latest Odisha News

BREAKING NEWS

ଚାର୍ଜ ବସାଇ ଦେଖୁଥିଲେ ଫୋନ; ହଠାତ୍ ମାରିଲା ଘଡଘଡ଼ି, ଚାଲିଗଲା ଜୀବନ…

କୋରାପୁଟ: କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର କୋସାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାରେଙ୍ଗବା ଗ୍ରାମରେ ବୁଧବାର ସନ୍ଧ୍ୟାରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଯାହା ଫଳରେ ଜଣେ ୧୬ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମୃତକଙ୍କ ନାମ ଭାଗୀରଥି ସିସା। ସେ ଦାରେଙ୍ଗବା ଗ୍ରାମର ବାସିନ୍ଦା ଜଗନ୍ନାଥ ସିସାଙ୍କ ପୁଅ।

ପରିବାର ସଦସ୍ୟଙ୍କ ଅନୁଯାୟୀ, ଭାଗୀରଥି ତାଙ୍କ ମୋବାଇଲ୍ ଫୋନ୍ ଚାର୍ଜରେ ବସାଇ ବ୍ୟବହାର କରୁଥିଲେ ଏବଂ ବଜ୍ରପାତ ସମୟରେ ସେ ଇୟରଫୋନ୍ କାନରେ ଦେଇ ଫୋନ୍  ଦେଖୁଥିଲେ। ସେହି ସମୟରେ ଅଞ୍ଚଳରେ ପ୍ରବଳ ପବନ, ଘଡ଼ଘଡ଼ି ଏବଂ ବଜ୍ରପାତ ହୋଇଥିଲା। ଯାହା ଫଳରେ ସେ ବଜ୍ରପାତର ଶିକାର ହୋଇଥିଲା।

ଘଟଣା ପରେ ପରିବାରବର୍ଗ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସେବାକୁ ଫୋନ୍ କରିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଭାଗୀରଥିଙ୍କ ମୃତ୍ୟୁ ଖବର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା।

Leave A Reply

Your email address will not be published.