Latest Odisha News

BREAKING NEWS

ସ୍ପିରିଟ ଫିଲ୍ମ ବିବାଦ: ଦୀପିକା ପାଦୁକୋନଙ୍କ ନିଷ୍ପତ୍ତି ଓ ପ୍ରଯୋଜକଙ୍କ ବିସ୍ଫୋରକ ଅଭିଯୋଗ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ସ୍ପିରିଟରୁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରସ୍ଥାନକୁ ନେଇ ମନୋରଞ୍ଜନ ଜଗତରେ ଚର୍ଚ୍ଚା ଜୋର ଧରିଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ପ୍ରଯୋଜକ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ସହ ବଜେଟ୍ ଏବଂ କାମର ସର୍ତ୍ତାବଳୀକୁ ନେଇ ମତାନ୍ତର ହେବା ପରେ ଦୀପିକା ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି । ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ଅନୁଯାୟୀ, ଦୀପିକା ନିଜର ଆଗଧାଡ଼ିର ପାରିଶ୍ରମିକ ବ୍ୟତୀତ ଫିଲ୍ମର ୧୦% ନେଟ୍ ପ୍ରଫିଟ  ଦାବି କରିଥିଲେ । ଫିଲ୍ମର ବଜେଟ୍  ବିଗିଡ଼ିବା ଆଶଙ୍କାରେ ନିର୍ମାତା ଏହି ଦାବି ଗ୍ରହଣ କରିନଥିଲେ । ଦୀପିକା ଦୈନିକ ୮ ଘଣ୍ଟା କାମ କରିବା ପାଇଁ ସର୍ତ୍ତ ରଖିଥିଲେ, ଯାହାକୁ ନେଇ ନିର୍ମାତାମାନଙ୍କ ସହ ଆଲୋଚନା ବିଫଳ ହୋଇଥିଲା  ।

ପରବର୍ତ୍ତୀ ସମୟରେ ଦୀପିକା ନିଜ ସପକ୍ଷରେ କହିଥିଲେ ଯେ ପୁରୁଷ ସୁପରଷ୍ଟାରମାନେ ସୀମିତ ସମୟ ସୀମାରେ କାମ କଲେ କୌଣସି ପ୍ରଶ୍ନ ଉଠେନାହିଁ, ମାତ୍ର ମହିଳା ଅଭିନେତ୍ରୀମାନେ ନିଜ ନିୟମ ସ୍ପଷ୍ଟ କଲେ ବିବାଦ ସୃଷ୍ଟି କରାଯାଏ । ନିର୍ମାତାମାନେ ଅଭିଯୋଗ କରିଛନ୍ତି ଯେ କଥାବାର୍ତ୍ତା ଭାଙ୍ଗିବା ପରେ ୧୮ ମାସରୁ ଅଧିକ ସମୟ ଧରି ଆଲୋଚନା ହୋଇଥିବା ଗୁପ୍ତ କାହାଣୀ ଏବଂ ଚରିତ୍ରର ବିବରଣୀ ଗଣମାଧ୍ୟମରେ ଲିକ୍ କରାଯାଇଥିଲା । ଏହାକୁ ନେଇ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ସୋସିଆଲ ମିଡିଆରେ ‘ଡର୍ଟି ଚଜ ଗେମ୍’ ଏବଂ ଗୋପନୀୟତା ଅବମାନନା  କରିଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।  ଦୀପିକାଙ୍କ ପ୍ରସ୍ଥାନ ପରେ ନିର୍ମାତାମାନେ ଅଭିନେତ୍ରୀ ତ୍ରିପ୍ତୀ ଡିମ୍ରି ଙ୍କୁ ପ୍ରଭାସଙ୍କ ବିପକ୍ଷରେ ମୁଖ୍ୟ ନାୟିକା ଭାବେ ଚୂଡ଼ାନ୍ତ କରିଛନ୍ତି । ଫିଲ୍ମର ସୁଟିଂ ଚାଲିଥିବା ବେଳେ ଏହା ୨୦୨୭ ମାର୍ଚ୍ଚ ମାସରେ ମୁକ୍ତିଲାଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.