ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଟଙ୍କା ନ ଦେବାରୁ ପୁଅ ନିଜ ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ମୃତକ ବାପା ସାର କିଣିବା ପାଇଁ ଟଙ୍କା ରଖିଥିଲେ । ପୁଅ ସୁମନ୍ତ ଦେହୁରୀ ବାପାଙ୍କୁ ଟଙ୍କା ମାଗିଥିଲେ ।
ଖବରମୁତାବକ, ମୃତ ବାପା ଆଣିଥିବା କିଛି ଟଙ୍କାକୁ ତାଙ୍କ ପୁଅ ସୁମନ୍ତ ଦେହୁରୀ ମାଗିଥିଲା। କିନ୍ତୁ ବାପା ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଗତକାଲି ରାତିରେ ଏହି କଥାକୁ ନେଇ ଉତ୍କ୍ଷିପ୍ତ ହୋଇ ପୁଅ ସୁମନ୍ତ ଏକ ଠେଙ୍ଗାରେ ବାପାଙ୍କୁ ନିର୍ମମ ଭାବେ ପିଟିଥିଲା, ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀକୁ ଅଟକ ରଖିଛି ଏବଂ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

