Latest Odisha News

BREAKING NEWS

ଏସୀୟ କ୍ରୀଡ଼ା ୨୦୨୬: ଜାପାନକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା କ୍ରିକେଟ ଟିମ୍ ନିଜର ଦମଦାର ପ୍ରଦର୍ଶନ ଜାରି ରଖି  ସେମିଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର କୋରୋଗୀ ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାଟର ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ଜାପାନକୁ ୮ ୱିକେଟରେ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜାପାନ ଦଳ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରି ନଥିଲା ଏବଂ ୧୯.୫ ଓଭରରେ ମାତ୍ର ୫୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଜାପାନର ଦୁଇଜଣ ବ୍ୟାଟର ରନ୍ ଆଉଟ୍ ହୋଇଥିଲେ । ୫୮ ରନର ସହଜ ଲକ୍ଷ୍ୟକୁ ଭାରତୀୟ ଟିମ୍ ଆକ୍ରାମାତ୍ମକ ବ୍ୟାଟିଂ କରି ମାତ୍ର ୫ ଓଭରରେ ୨ଟି ୱିକେଟ୍ ହରାଇ ହାସଲ କରିନେଇଥିଲା ।

ଶେଫାଳୀ ବର୍ମା ଅପରାଜିତ ୪୦ ରନର ବିସ୍ଫୋରକ ପାରି ଖେଳିବା ସହ ବୋଲିଂରେ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଶ୍ରୀ ଚରଣୀ ଘାତକ ବୋଲିଂ କରି ସର୍ବାଧିକ ୪ଟି ୱିକେଟ୍ ନିଜ ନାମରେ କରିଥିଲେ । ଦୀପ୍ତି ଶର୍ମା ଓ ଶ୍ରେୟାଙ୍କା ପାଟିଲ ଉଭୟ ବୋଲରଙ୍କୁ ୧-୧ଟି ୱିକେଟ୍ ମିଳିଥିଲା । ଭାରତୀୟ ଟିମ୍ ୨୦୨୩ ଏସୀୟ କ୍ରୀଡ଼ାର ଡିଫେଣ୍ଡିଂ ଚାମ୍ପିୟନ୍ (ସ୍ୱର୍ଣ୍ଣ ପଦକ ବିଜେତା) ଅଟେ ଏବଂ ନିକଟରେ ୮ମ ଥର ପାଇଁ ମହିଳା ଏସିଆ କପ୍ ଟାଇଟଲ୍ ଜିତି ବେଶ୍ ଫର୍ମରେ ରହିଛି ।

Leave A Reply

Your email address will not be published.