Latest Odisha News

BREAKING NEWS

Illegal Arms Seizure:ବ୍ଲକିଂ ଓ ଯାଞ୍ଚ ବେଳେ ମିଳିଲା ବିପୁଳ ବେଆଇନ ଅସ୍ତ୍ରଶସ୍ତ୍ର;୨ ଗିରଫ

ବ୍ରଜରାଜନଗର: ଗାଡ଼ି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ଏକାଧିକ ଅପରାଧୀଙ୍କୁ କାବୁ କରାଯାଇଛି । ଏହି ଅଭିଯାନରରେ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ନିକଟରୁ ୩ଟି ବେଆଇନ ଅସ୍ତ୍ର ଜବତ କରାଯାଇଛି। ବ୍ରଜରାଜନଗର ଗୋଲଚକର ଛକରେ ଏସ୍‌ଆଇ ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବ୍ଲକିଂ ଓ ଯାଞ୍ଚ କରୁଥିଲେ ।
ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ, ୧ଟି ଦେଶୀ ପିସ୍ତଲ, ୨ଟି ରାଇଫଲ ଭଳି ଅସ୍ତ୍ର ଓ ମୋଟରସାଇକଲ୍‌ ରହିଛି। ଅଭିଯୁକ୍ତମାନେ ହେଲେ ବିଛୁଆପଡା, କୁଦାଲୋଇର ସନ୍ତୋଷ ଡାଙ୍ଗ ଓରଫ ଜୁକୁଲୁ (୨୪) ଏବଂ ଗଙ୍ଗାପଡା, କୁଦାଲୋଇର ମୁତୁରୁ ମୁଣ୍ଡା ଓରଫ କରଣ (୨୮) ।

ଏହି ସମୟରେ ଏକ ୟାମାହରେ ଦୁଇଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଦେଖି ଅଟକାଇ ଯାଞ୍ଚ କରିଥିଲେ ପୋଲିସ।ଯାଞ୍ଚ କରିବା ବେଳେ ମୁତୁରୁ ମୁଣ୍ଡାର ଅଣ୍ଟାରୁ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଛି। ମୋବାଇଲ ଯାଞ୍ଚରୁ ଦୁଇଟି ରାଇଫଲ ଭଳି ଅସ୍ତ୍ରର ଫଟୋ ମଧ୍ୟ ମିଳିଛି। ପଚରାଉଚରା ବେଳେ ସେ ନିଜ ଘରେ ଅସ୍ତ୍ର ଲୁଚାଇ ରଖିଥିବା ସ୍ୱୀକାର କରିଥିଲା।

ପରେ ପୋଲିସ ଗଙ୍ଗାପଡାସ୍ଥିତ ତା’ ଘରେ ଚଢାଉ କରି ଲୁଚାଇ ରଖାଯାଇଥିବା ଦୁଇଟି ରାଇଫଲ ଭଳି ଅସ୍ତ୍ର ଜବତ କରିଛି। ଏହି ଅସ୍ତ୍ର ସେ ବିଛୁଆପଡାର ବିଶାଲ ଡାଙ୍ଗଠାରୁ ଆଣିଥିବା କହିଛି ।

Leave A Reply

Your email address will not be published.