Latest Odisha News

BREAKING NEWS

ଆସନ୍ତାକାଲି ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ; ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୪ ତାରିଖରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପ୍ରାତ୍ର ।

ପ୍ରାପ୍ତ ସୂଚନାନୁଯାୟୀ ଦୀର୍ଘ ଦିନଧରି ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲାଗି ଏହି ବୈଠକ ଡକାଯାଇଛି ।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ହେବାକୁ ଥିବା ବିଧାନସଭାର ପ୍ରଥମ ଅଧିବେଶନରେ ଗୃହ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ଦେବେ ବୋଲି ସଚିବାଳୟ ସୁତ୍ରରୁ ପ୍ରକାଶ ।

ଏହି ଅଧିବେଶନ ଆସନ୍ତା ଏପ୍ରିଲ୍ ୯ ତାରିଖ ଯାଏଁ ଚାଲିବ । ଏଥିସହିତ ଏହାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ରୁ ୨୬ ଯାଏଁ ହେବାକୁ ଥିବାବେଳେ ମାର୍ଚ୍ଚ ୧୧ରୁ ଏପ୍ରିଲ୍ ୯ ତାରିଖ ଯାଏଁ ୨ୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ ।

ଏହାବ୍ୟତିତ ୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ୍ ଫେବୃଆରୀ ୧୮ ତାରିଖରେ ଗୃହରେ ଉପସ୍ଥାପନା କରାଯିବ ।

Leave A Reply

Your email address will not be published.