ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟପ୍ରଣାଳୀ ଓ ଏସଆଇଆର ସମ୍ପର୍କୀତ ନିଷ୍ପତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ତାଙ୍କ ନିଲମ୍ବନ ପାଇଁ ଏକ ଆବେଦନ କରାଯାଇଛି । ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି । ମଙ୍ଗଳବାର ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଏହି ମାମଲାକୁ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଉତ୍ଥାପନ କରିଥିଲେ । ଏହାପରେ ସିଜେଆଇ ଆସନ୍ତା ସପ୍ତାହରେ ମାମଲାକୁ ତାଲିକାଭୂକ୍ତ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ଅନୁସାରେ ନିର୍ବାଚନ କମିଶନରେ ସବୁ ସଦସ୍ୟଙ୍କ ମତ ଆଧାରରେ ନିଆଯିବା ଉଚିତ୍ । ବିଶେଷକରି ଏସଆଇରର ସବୁ ନିଷ୍ପତ୍ତି କେବଳ କମିଶନର ନେଉଥିଲେ ନା ସବୁ ସଦସ୍ୟ ସେ ନିଷ୍ପତ୍ତି ନେଇଛନ୍ତି ତାର ଯାଂଚ ଆବଶ୍ୟକ । ଏ ସମ୍ବନ୍ଧୀୟ ଆପତି କମିଶନର ଦୁଇ ଜଣ ସଦସ୍ୟ ଆଣିଥିବା କଥା ସାମ୍ନାକୁ ଆସିଥିଲା । ଗତ ସେପଟେମ୍ବର ୨୫ରେ ଆଇନଜୀବୀ ଶୈଳେନ୍ଦ୍ର ମଣି ତ୍ରିପାଠୀ ମଧ୍ୟ ଜ୍ଞାନେଶ କୁମାରଙ୍କ ସହ କିଛି ଅଧିକାରୀଙ୍କ ବିରୋଧରେ ଆଇନଗତ ପଦ କ୍ଷେପ ପାଇଁ ଦାବି କରିଥିଲେ । ଏବେ ମାମଲା ବିଚାରାଧୀନ ଅଛି । ଆସନ୍ତା ସପ୍ତାହରେ ଶୁଣାଣିରେ ସୁପ୍ରିମକୋର୍ଟ ଆବେଦନର ଆଇନଗତ ପକ୍ଷ ଉପରେ ଆଲୋକପାତ କରିବେ ।
BREAKING NEWS
- ଆମେରିକାର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି
- ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ
- Odisha Textbook Scam: ୧୭୫ କୋଟିର ବହି, ୧୭୪୧ ତ୍ରୁଟି; ପାଠ୍ୟପୁସ୍ତକ ବିବାଦରେ PMO ହସ୍ତକ୍ଷେପ, ମୋହନ ସରକାରଙ୍କୁ ଜବାବ ତଲବ
- ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍, ୫.୧୫ ଲକ୍ଷ ଜବତ କଲା ଭିଜିଲାନ୍ସ
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
