Latest Odisha News

BREAKING NEWS

ଅଗରକରଙ୍କ କାର‌୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ପୁରୁଷ ସିନିୟର ଚୟନ ସମିତିର ମୁଖ୍ୟ ଅଜିତ୍ ଅଗରକରଙ୍କ କାର‌୍ୟ୍ୟକାଳ ଶେଷ ହେବା ପରେ ଏହି ଖାଲି ପଦବୀ ପାଇଁ ଆନୁଷ୍ଠାନିକ ଭାବେ ନୂଆ ଆବେଦନ ଆହ୍ୱାନ କରିଛି । ଅଜିତ୍ ଅଗରକରଙ୍କ କାର‌୍ୟ୍ୟକାଳ ଅକ୍ଟୋବର ୪ ରେ ଶେଷ ହୋଇଛି । ସେ ନିଜ କାର‌୍ୟ୍ୟକାଳ ବୃଦ୍ଧି  ନନେବାକୁ ନିଷ୍ପତ୍ତି ନେଇଛନ୍ତି । ନୂଆ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ ନହେବା ପର‌୍ୟ୍ୟନ୍ତ, ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା (ଯିଏ ପୂର୍ବରୁ ଚୟନ ସମିତିର ସଦସ୍ୟ ଅଛନ୍ତି) ଅନ୍ତରୀଣ ଭାବେ ଆଗାମୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟିମ୍ ଚୟନ ବୈଠକର ନେତୃତ୍ୱ ନେବେ । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ନୂଆ ଚୟନକର୍ତ୍ତାଙ୍କ ନାମ ଘୋଷଣା କରାଯିବ । ନିୟମ ଅନୁସାରେ, ସମିତିରେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ସଦସ୍ୟଙ୍କୁ ମୁଖ୍ୟ ଚୟନକର୍ତ୍ତା କରାଯାଏ ।

ବର୍ତ୍ତମାନର ସଦସ୍ୟମାନଙ୍କ ମଧ୍ୟରେ ପ୍ରଜ୍ଞାନ ଓଝା (୨୪ ଟେଷ୍ଟ) ସବୁଠାରୁ ଆଗରେ ଥିବାରୁ ସେ ସ୍ଥାୟୀ ଭାବେ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ହେବାର ଦୌଡ଼ରେ ଆଗରେ ଅଛନ୍ତି । ଅଗରକର ୱେଷ୍ଟ ଜୋନ୍‌ର ପ୍ରତିନିଧିତ୍ୱ କରୁଥିଲେ । ତେଣୁ ନୂଆ ଚୟନକର୍ତ୍ତା ମଧ୍ୟ ୱେଷ୍ଟ ଜୋନ୍ (ମୁମ୍ବାଇ, ମହାରାଷ୍ଟ୍ର, ଗୁଜରାଟ, ବରୋଦା କିମ୍ବା ସୌରାଷ୍ଟ୍ର) ରୁ ଚୟନ କରାଯିବାର ସମ୍ଭାବନା ଅଧିକ । ଅଗରକରଙ୍କ ପ୍ରସ୍ଥାନ ପରେ ଚୟନ ସମିତିରେ ପ୍ରଜ୍ଞାନ ଓଝା (ଅନ୍ତରୀଣ ମୁଖ୍ୟ – ୨୪ ଟେଷ୍ଟ), ଶିବ ସୁନ୍ଦର ଦାସ (୨୩ ଟେଷ୍ଟ), ଆର୍. ପି. ସିଂହ (୧୪ ଟେଷ୍ଟ), ଅଜୟ ରାତ୍ରା (୬ ଟେଷ୍ଟ) ରହିଛନ୍ତି । ଯଦି ନୂଆ ଆସିବାକୁ ଥିବା ସଦସ୍ୟଙ୍କ ନିକଟରେ ୨୪ ରୁ ଅଧିକ ଟେଷ୍ଟ ଖେଳିବାର ଅଭିଜ୍ଞତା ନଥାଏ, ତେବେ ପ୍ରଜ୍ଞାନ ଓଝା ହିଁ ସ୍ଥାୟୀ ଭାବେ ଚୟନ ସମିତିର ଅଧ୍ୟକ୍ଷ ପଦ ସମ୍ଭାଳିବେ ।

Leave A Reply

Your email address will not be published.