Latest Odisha News

BREAKING NEWS

ମାଛ ଧରିବା ହେଲା କାଳ;ଜାଲରେ ଛନ୍ଦି ହୋଇ ଚାଲିଗଲା ୨ଜୀବନ

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗାଁରେ ଅଭାବନୀୟ ଘଟଣା । ଜାଲରେ ଛନ୍ଦି ହୋଇ ଚାଲିଗଲା ୨ ଜଣଙ୍କ ଜୀବନ । ୨ ମୃତକ ହେଲେ ରିଙ୍କୁ ବର୍ଗେ ଓ ରମେଶ ମହାକୁର । ଉଭୟେ ଶନିବାର ସନ୍ଧ୍ୟା ସମୟରେ ଗାଁ ପାଖରେ ଥିବା ଏକ ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ।

ସୂଚନାଥାଉକି, ଉଭୟେ ଶନିବାର ସନ୍ଧ୍ୟା ସମୟରେ ଗାଁ ପାଖରେ ଥିବା ଏକ ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ। ସେଠାରେ ଜାଲ ପକାଇ ପୋଖରୀ ଭିତରକୁ ଦୁହେଁ ପ୍ରବେଶ କରିଥିଲେ। ହେଲେ ଭିତରେ ଜାଲ ସହ ଛନ୍ଦି ହେବାରୁ ଆଉ ବାହାରି ପାରିନଥିଲେ । ଖୋଜାଖୋଜି କରିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଅତାବିରା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଏପଟେ ଅତାବିରା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.