Latest Odisha News

BREAKING NEWS

ଅପ୍ରେଲ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶାଳ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର: ଅପ୍ରେଲ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ ।

କଟକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼, ବାଲେଶ୍ଵର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଆଦି ୧୦ ଟି ଜିଲ୍ଲାର ଇଛୁକ ପାର୍ଥିମାନେ ଏହି ନିଯୁକ୍ତି ମେଳରେ ଅଂଶ ଗ୍ରହଣ କରି ପାରିବେ ।

ସୂଚନାଯୋଗ୍ୟ, ଆର୍ମି ପକ୍ଷରୁ ୨୦୧୫ ମସିହା ଅକ୍ଟୋବର ୦୧ ତାରିଖ ଠାରୁ ଉନ୍ମୁକ୍ତ ନିଯୁକ୍ତି ମେଳା ବ୍ୟବସ୍ଥା ପରିବର୍ତ୍ତିତ ହୋଇ ଅନଲାଇନ ପଞ୍ଜିକରଣ ଓ ଆବେଦନ ଦାଖଲ ବ୍ୟବସ୍ଥା ଅନୁସୃତ ହେଉଛି । ସେଥିପାଇଁ ଏହି ନିଯୁକ୍ତି ମେଳାର ଭାଗନେବାକୁ ହେଲେ ପାର୍ଥି ମାନେ www.joinindianarmy.nic.in ୱେବସାଇଟରେ ନିଜର ନାମ ପ୍ରଥମେ ପଞ୍ଜିକୃତ କରିବେ। ଫେବୃଆରୀ ୮ ତାରିଖରୁ ମାର୍ଚ୍ଚ ୨୩ ତାରିଖ ମଧ୍ୟରେ ଏହି ପଞ୍ଜିକରଣ ପକ୍ରିୟା ଚାଲୁ ରହିବ ।

ଏହି ନିଯୁକ୍ତି ମେଳାରେ ପାର୍ଥି ଚୟନ ପକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ । ସମସ୍ତ ପ୍ରକ୍ରିୟା ସ୍ଵୟଂସମ୍ପୁର୍ଣ୍ଣ ହେବ । ଶାରୀରିକ, ଲିଖିତ ଓ ମେଡିକାଲ ପରୀକ୍ଷାରେ କୌଣସି ମଧ୍ୟସ୍ଥି ସହାୟତା କରି ପାରିବେ ନାହିଁ । ତେଣୁ ଦଲାଲ, ଟାଉଟର ବା ମଧ୍ୟସ୍ଥିଙ୍କ ପ୍ରଲୋଭନରେ ନପଡିବା ପାଇଁ ନିଯୁକ୍ତି ନିର୍ଦେଶକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.