Latest Odisha News

BREAKING NEWS

ଆଜମା ଭଲ କରିବ କନ୍ଦମୂଳ !

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନ ଶୈଳୀ ହିଁ ନାନାଦି ରୋଗର ମୂଖ୍ୟ କାରଣ ସାଜିଛି । ଯାହାର ପ୍ରତିକାର ମଧ୍ୟ ଏଯାଏଁ ମିଳି ପାରୁନାହିଁ ଆମେ ଯଦି ଆପଣଙ୍କୁ ଆଜ୍ମା ଭଳି ଏକ ମାରାତ୍ମକ ରୋଗ ରୋଗର ଔଷଧ ଆପଣଙ୍କ ରୋଷେଇ ଘରେ ଅଛି …

ଆଜ୍ମା ଭକକରିବ କନ୍ଦମୂଳ:

କନ୍ଦମୂଳରେ ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏବଂ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହା ଶରୀରକୁ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ନାକ, ଶ୍ୱାସନଳୀ ଏବଂ ଫୁସ୍‌ଫୁସ୍‌ରେ କଫ ଜମିବା

ଫଳରେ ଆଜ୍‌ମା ରୋଗୀଙ୍କୁ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ଦୈନନ୍ଦିନ ଗୋଟିଏ କନ୍ଦମୂଳ ସିଝାଇ ଖାଇବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ଏବଂ ଆଜ୍‌ମା ରୋଗୀଙ୍କୁ ଆରାମ ମିଳିଥାଏ।

କନ୍ଦମୂଳରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥାଏ, ଯାହା ନା କେବଳ ଶରୀରକୁ ଶକ୍ତି ଯୋଗାଏ ବରଂ ବ୍ଲଡ୍‌ ସେଲ୍‌ ନିର୍ମାଣରେ ବି ସାହାଯ୍ୟ କରେ। ଏହାର ସେବନ ଦ୍ୱାରା ଶରୀରରେ ଆଇରନ୍‌ ଅଭାବ ଦୂର ହୋଇଥାଏ। ଦୈନନ୍ଦିନ ଗୋଟିଏ କନ୍ଦମୂଳ ସେବନ ଦ୍ୱାରା ହୃଦ୍‌ଜନିତ ବିଭିନ୍ନ ସମସ୍ୟାରୁ ଉପଶମ ମିଳିଥାଏ। କାରଣ ଏଥିରେ ଥିବା କପର୍‌, ଭିଟାମିନ୍‌ ବି ୬ କୋଲେଷ୍ଟୋରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ଯାହା ଦ୍ୱାରା ହୃତ୍‌ପିଣ୍ଡଜନିତ ବିଭିନ୍ନ ସମସ୍ୟା ନିମିଷକେ ଦୂର ହୋଇଥାଏ।

Comments are closed.