ନୂଆଦିଲ୍ଲୀ: ଶନିବାର ଶାହିନବାଗରୁ ଆଶ୍ୱସ୍ତି ମିଳିବା ପରେ ରବିବାର ଜାଫରାବାଦରେ ଆରମ୍ଭ ହୋଇଛି ଆନ୍ଦୋଳନ । ଏଠାରେ ମହିଳାମାନେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଏନ୍ଆର୍ସିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସମସ୍ତ ମହିଳା ସଂଗଠନ ଦ୍ୱାରା ଭାରତ ବନ୍ଦ ଆହ୍ୱାନରେ ଧାରଣାରେ ବସିଛନ୍ତି । ଫଳରେ ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ କରିଦେଇଛି ଦିଲ୍ଲୀ ମେଟ୍ରୋ । ଲୋକଙ୍କ ଭିଡକୁ ଦେଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସେପଟେ ଏନେଇ ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଟ୍ୱିଟ୍ କରି କହିଛନ୍ତି ଯେ, ଐତିହାସକ ଭାରତ ବନ୍ଦ ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ଭୀମ ଆର୍ମି ସହ ଜଡିତ ଲୋକେ ଭାରତ ବନ୍ଦର ଭିଡିଓ ଓ ଫଟୋ ସେୟାର କରୁଛନ୍ତି । ଚନ୍ଦ୍ର ଶେଖରଙ୍କ ଟୁଇଟ ଅନୁସାରେ ଐତିହାସିକ ଭାରତ ବନ୍ଦର ଆରମ୍ଭ ଜାଫରାବାଦ ସଲୀମପୁର ଦିଲ୍ଲୀରୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦୁଇ ମାସରୁ ଅଧିକ ଦିନ ହେବ ଧାରଣାସ୍ଥଳ ପାଲଟିଥିବା ଶାହିନବାଗ ରାସ୍ତା ଶନିବାର ଖୋଲିଛି । ଆନ୍ଦୋଳନକାରୀମାନେ ଶନିବାର ସନ୍ଧ୍ୟାରେ କାଳନ୍ଦିକୁଞ୍ଜ-୯ ନମ୍ବର ରାସ୍ତାରୁ ହଟିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ତି ଟିମ୍ ଆନ୍ଦୋଳନକାରୀଙ୍କୁ ୪ ଦିନ ହେବ ବୁଝାସୁଝା କରିବା ପରେ ସେମାନେ ଗୋଟିଏ ପଟ ରାସ୍ତା ଖୋଲିଛନ୍ତି । ଫଳରେ ବଟଲା ହାଉସ, ଜୈତପୁର, ଜାମିୟା ନଗର ଓ ହୋଲି ଫ୍ୟାମିଲି ହସ୍ପିଟାଲରୁ ଫରିଦାବାଦକୁ ଯାତାୟତ ସହଜ ହୋଇଛି ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.