Latest Odisha News

BREAKING NEWS

ପ୍ରତିଦିନ ମୃଦୁପାନୀୟ ପିଉଥିଲେ ହୋଇଯାଆନ୍ତୁ ସାବଧାନ !

ଖରା ହେଉକି ବର୍ଷା ନିଜର ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ପାଣି ବଦଳରେ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନିର ମୃଦୁପାନୀୟକୁ ଅଧିକ ପସନ୍ଦ କରୁଛନ୍ତି । ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା ଏ ବିଷୟରେ…

ପ୍ରତିଦିନ ମୃଦୁପାନୀୟ ପିଇଲେ ଏଥିରେ ଥିବା ଚିନିର ମାତ୍ରା ଶରୀର ଭିତରକୁ ଯାଇ ଟାଇପ୍‌-୨ ମଧୁମେହ ରୋଗ ସୃଷ୍ଟି କରିଥାଏ ।

ପ୍ରତିଦିନ ଗୋଟେ କେନ୍‌ ମୃଦୁପାନୀୟ ପିଇବା ଦ୍ୱାରା ବର୍ଷକ ମଧ୍ୟରେ ୬କିଲୋ ଓଜନ ବଢ଼ିଥାଏ ।

ଅଧିକ ସୋଡା ପିଇବା ଦ୍ୱାରା ଶରୀରରେ ଏସିଡ୍‌ ସ୍ତର ବଢ଼ି ଯାଇଥାଏ । ଯାହାର ପ୍ରଭାବ ଶରୀର ସହ ଦାନ୍ତ ଉପରେ ମଧ୍ୟ ପଡ଼ିଥାଏ । ଯାହାଦ୍ୱାରା ଦାନ୍ତ ପୋକ କାଟିବା, ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ଦେଖା ଯାଇଥାଏ ।

ମୃଦୁପାନୀୟରେ ଏସିଡିକ୍‌ ଲିକ୍ୟୁଡ୍‌ ଏବଂ ଫସ୍ଫୋରିକ୍‌ ଏସିଡ୍‌ ରହିଥାଏ । ଯାହା ବଡି ସିଷ୍ଟମକୁ କିଛି ସମୟ ପାଇଁ ଅଟକାଇ ଦେବା ସହ କିଡ୍‌ନୀ ଉପରେ ପ୍ରଭାବ ପକାଇଥାଏ । ଅନେକ ସମୟରେ କିଡ୍‌ନୀରେ ଷ୍ଟୋନ୍‌ ହେବାର ସମସ୍ୟା ମଧ୍ୟ ଦେଖା ଯାଇଥାଏ ।

Comments are closed.