ନୂଆଦିଲ୍ଲୀ: ଦିଲ୍ଲୀର ଉତର-ପୂର୍ବାଂଚଳରେ ଘଟିଥିବା ହିଂସାକାଣ୍ଡରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଆମ ଆଦମୀ ପାର୍ଟିର ବିବାଦୀୟ ପାର୍ଷଦ ତାହିର ହୁସେନଙ୍କ ଫ୍ୟାକ୍ଟ୍ରିକୁ ପୋଲିସ ସିଲ୍ କରିଛିତ । ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ସ୍ଥିତି ବର୍ତମାନ ନିୟନ୍ତ୍ରଣାଧୀନ ରହିଛି ।
ଦିଲ୍ଲୀ ହିଂସାରେ ପାଖାପାଖି ୪୦ ଲୋକଙ୍କ ମୃତ୍ୟୁ ଘଟିଛି । ଏସଆଇଟି ଗଠନ କରାଯିବ ସହ ସମସ୍ତ ଘଟଣା କ୍ରାଇମବ୍ରାଂଚକୁ ଦିଆଯାଇଛି । ତାହିରଙ୍କ ବାସଭବନରୁ ପୋଲିସ ବୋମା, ପଥର ଓ ଏସିଡ୍ ଜବତ କରିଥିଲା ।