ଭୁବନେଶ୍ୱର: ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ଏହାର ମୁକାବିଲା ଲାଗି ଅଧିକ ତତପର ହୋଇପଡିଛନ୍ତି ରାଜ୍ୟ ସରକାର । ଯାହାଫଳରେ ଏବେ କଟକଣା ଅବଧିକୁ ଏପ୍ରିଲ୍ ୧୫ ଯାଏଁ ବଢାଇଦିଆଯାଇଛି ।
ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଠାରୁ ଆରମ୍ଭ କରି ମଲ୍ ଓ ସିନେମା ହଲ୍ ଆଦି ମାର୍ଚ୍ଚ ୩୧ ଯାଏଁ ବନ୍ଦ ଘୋଷଣା ହୋଇଥିବା ବେଳେ ଏହି କଟକଣାକୁ ସରକାର ଏପ୍ରିଲ୍ ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ।
With closure of schools, colleges, lock down in many countries and home based work options for professionals, there is an expected surge in people coming from foreign countries which multiplies threat of #coronavirus spreading into #Odisha.
— Naveen Patnaik (@Naveen_Odisha) March 16, 2020
ରାଜ୍ୟରେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।
ଏପରିକି ଏହାକୁ ମାନିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ଜନସାଧାରଣ ନିକଟରେ ଅପିଲ କରିଛନ୍ତି।
Comments are closed.