ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ଜାରି ରହିଥିବା ବେଳେ ଏହାର ପ୍ରଭାବ ଓଡିଶାର ବିଭିନ୍ନ ସ୍ଥାନରେ ମଧ୍ୟ ପଡିଛି ।
ଅନ୍ୟ ଦିନପରି ଆଜି ରାସ୍ତାରେ କେଉଁଠି ବି ଗହଳି ଦେଖିବାକୁ ମିଳୁନାହିଁ କି ଯାନବାହାନର ଏତେଟା ଶୋରଶବ୍ଦ ମଧ୍ୟ ଶୁଣାଯାଉନାହିଁ । ରାଜ୍ୟର ପ୍ରମୁଖ ସହରର ରାସ୍ତାଘାଟ ମଧ୍ୟ ଏକପ୍ରକାର ଶୁନଶାନ୍ ହୋଇପଡିଛି ।
ଅଧିକ ପଢନ୍ତୁ: କରୋନା ଲକ୍-ଡାଉନରେ କେଉଁଗୁଡ଼ିକ କଟକଣା ମୁକ୍ତ, କ’ଣ ରହିବ ବନ୍ଦ ଜାଣନ୍ତୁ…
ସେହିପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ମାର୍ଚ୍ଚ ୨୯ ଯାଏଁ ରାତି ୯ଟା ପର୍ଯ୍ୟନ୍ତ ରାଜ୍ୟର ୪୦ ପ୍ରତିଶତ ଲକଡାଉନ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରର ଲୋକମାନେ ବାହାରକୁ ନବାହାରି ଘର ଭିତରେ ସମୟ ଅତିବାହିତ କରୁଛନ୍ତି।
ଏହି କଟକଣାକୁ ସୁରୁଖୁରୁରେ ପରିଚାଳିତ କରିବା ଲାଗି କେତେକ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳୁଛି। ଆହୁରି ମଧ୍ୟ ଡାକ୍ତରଖାନା, ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଔଷଧ ଦୋକାନ, ଏଟିଏମ୍ କାଉଣ୍ଟର, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ବିମାନବନ୍ଦର, ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନ ଭଳି ଜରୁରୀ ସେବା ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ: ଆସନ୍ତୁ ଜାଣିବା କେତେ ସମ।ନତା ରହିଛି ମୋଦିଙ୍କ ଜନତା କର୍ଫ୍ୟୁ ଓ ଶାସ୍ତ୍ରୀଙ୍କ ଉପବାସ ମଧ୍ୟରେ
Comments are closed.