ଭୁବନେଶ୍ୱର: ସମ୍ ହସ୍ପିଟାଲ ଦ୍ୱାରା ନିର୍ମିତ ହେଉଥିବା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରବିବାର ଅପରାହ୍ନରେ ପହଞ୍ଚିଥିଲେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ତାଙ୍କ ସହ ସୋଆ ବିଶ୍ୱବିଦ୍ୟାଳୟ ଓ ସମ୍ ହସ୍ପିଟାଲର ପ୍ରତିଷ୍ଠାତା ମନୋଜ ନାୟକ ମଧ୍ୟ ଉପସ୍ଥିତ ଥିଲେ । କୋଭିଡ୧୯ ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଏହି ସ୍ୱତନ୍ତ୍ର ହସ୍ପିଟାଲ ପରିସର ଖୁବ୍ ଶୀଘ୍ର କିପରି କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଗତକାଲି କିମ୍ସ ହସ୍ପିଟାଲ ପକ୍ଷରୁ ପ୍ରସ୍ତୁତ ହେଉଥିବା ୪୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ । ତାଙ୍କ ସହ ସ୍ୱାସ୍ଥ୍ୟ ସଚିବ ନିକୁଂଜ କିଶୋର ଧଳ ମଧ୍ୟ ଉପସ୍ଥିତ ଥିଲେ ।
ରାଜ୍ୟରେ ସମ୍ଭାବିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କିମ୍ସ ଏବଂ ସମ୍ ହସ୍ପିଚାଲ ସହିତ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ନିର୍ମାଣ ପାଇଁ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ପ୍ରାୟ ୯୫୦ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର ହସ୍ପିଟାଲ ପାଇଁ ଓଏମସି ଓ କୋଲ୍ ଇଣ୍ଡିଆ ଲିମିଟେଡ୍ ସିଏସ୍ଆର୍ ପାଣ୍ଠିରୁ ସହେଯାଗ କରୁଛନ୍ତି ।
Comments are closed.