Latest Odisha News

BREAKING NEWS

ପୂର୍ବତନ ବିଜେପି କର୍ପୋରେଟରଙ୍କ ୫ଟି ଗାଡି ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ପୂର୍ବତନ କର୍ପୋରେଟରଙ୍କ ଘରେ ଦୁର୍ବୃତ୍ତ ମାନେ ଲଙ୍କାକାଣ୍ଡ ଘଟାଇଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପୂର୍ବତନ ବିଜେପି କର୍ପୋରେଟର ଲାଲା ଅଶୋକ କୁମାର ରାୟଙ୍କ ଘରେ ପଶି ୫ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।

ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତିରେ କର୍ପୋରେଟରଙ୍କ ପରିବାର ସଦସ୍ୟ ଶୋଇଥିବାବେଳେ ଦୁର୍ବୃତ୍ତମାନେ ଗୋଟିଏ କାର, ଦୁଇଟି ସ୍କୁଟି ସମେତ ଦୁଇଟି ବାଇକରେ ନିଆଁ ଲଗାଇ ପୋଡି ଦେଇଥିଲେ । ଏଥିସହିତ ଗାଡି ଗୁଡିକର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ୧୦ ଲକ୍ଷର ହୋଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ଲାଲା ଅଶୋକ ରାୟ ଏକ ଏତଲା ଦାୟର କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ସହିତ ରାଜନୈତିକ ଶତ୍ରୁତାକୁ ନେଇ ଏହି ଲଙ୍କାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.