ନୂଆଦିଲ୍ଲୀ: ସ୍ଥଗିତ ହେଲା ୟୁପିଏସ୍ସି ପ୍ରିଲିମିନାରୀ ପରୀକ୍ଷା । ଆସନ୍ତା ମେ’ ୩୧ ତାରିଖରେ ହେବାକୁ ଥିବା ୟୁପିଏସ୍ସି ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ଜନସେବା ଆୟୋଗ ନିଷ୍ପତ୍ତି ନେଇଛି ।
ସୂଚନା ଅନୁସାରେ, ଆସନ୍ତା ୨୦ତାରିଖ ସୁଦ୍ଧା ମୂଲ୍ୟାଙ୍କନ ପରେ ଏକ ନୂଆ ତାରିଖ ଆସିବ। ୟୁପିଏସସିର ବରିଷ୍ଠ ଅଧିକାରୀଙ୍କ ସହ ଅରବିନ୍ଦ ସକ୍ସେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆୟୋଗର ଏକ ବୈଠକରେ ସୋମବାର ଦିନ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି । କେନ୍ଦ୍ର ସରକାର ଦୁଇ ସପ୍ତାହ ପର୍ୟ୍ୟନ୍ତ ଲକଡାଉନର ଅବଧି ବଢାଇବା ପରେ ୟୁପିଏସସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ବର୍ତ୍ତମାନ ପରିସ୍ଥିତିରେ ୟୁପିଏସ୍ସି ଯାହା କରିବା ଆବଶ୍ୟକ ତାହା କରିଛି । କରୋନା ଭଳି ମହାମାରୀ ସ୍ଥିତିରେ ପରୀକ୍ଷା ସମ୍ଭବ ନୁହେଁ । ଆୟୋଗ ପ୍ରିଲିମିନାରୀ ପରୀକ୍ଷାକୁ ନେଇ କୌଣସି ନୂଆ ତାରିଖ ଘୋଷଣା କରି ନାହିଁ ବୋଲି ୟୁପିଏସ୍ସିର ଜଣେ ଅଧିକାରୀ କହିଛନ୍ତି ।
Comments are closed.