କରେକ୍ସନ୍
ଶୁଭଶ୍ରୀ ମିଶ୍ର
ତୁମେ ମାପୁଥିବା ସ୍କେଲ୍ ସବୁ
ପାଲଟୁଥାଏ ବିନ୍ଦୁରୁ ସିନ୍ଧୁ,
କନ୍ୟାରୁ ସହଯାତ୍ରୀ,
ମାତୃତ୍ବରୁ ମୃତ୍ୟୁ,
ବଧୂପଣିଆର ମାୟାମୃଗ ।
ନିଜକୁ ଗଢିତୋଳିବାର ନିଇତି ପ୍ରୟାସ ।
କେବେ ଭାବ
ଅଙ୍କୁରୋଦ୍ଗମ ପାଇଁ
ନିଜକୁ ହରାଇବାର ଦୁଃଖ ।
ଅଭିମାନ ସବୁ ଫସିଲ୍ ପାଲଟିବାର ଯନ୍ତ୍ରଣା ।
କାନ୍ଧରେ ରଖୁଥିବା ହାତ ବନ୍ଧୁତାରୁ ସ୍ପେଶ୍ ଖୋଜିବସେ ।
ଛଳଛଳ ଭାବସବୁ ଦୃଢତାର ପୋଷାକ ପିନ୍ଧିପକାଏ ।
ନିଇତି କଷଟି ପଥରରେ
ନିଜକୁ ହରାଇ ଲୁହାରୁ ସୁନା ପାଲଟୁଥାଏ ।
ତୁମେ ପରା
ଜୀବନ ନିର୍ବାଚନରେ
ବିଜୟ ବିବେଚିତ,
ମୁଁ’ ତ ସଦା ଭୂଲ୍ କରୁଥିବା କଳା ସିଲଟ ।
ତଥାପି ମୁଁ ସୁଧାରର ରାସ୍ତାଧାର ବଟବୃକ୍ଷ ।
ପର୍ଫେକ୍ସନ୍ ତ ଶେଷ ଶବ୍ଦ,
କରେକ୍ସନ୍ ଯେ ଆରମ୍ଭ ।
————————-
Comments are closed.