Latest Odisha News

BREAKING NEWS

ମାଲକାନଗିରିରେ ୨୧ କରୋନା ପଜିଟିଭ୍ ଚିିହ୍ନଟ

ମାଲକାନଗିରି: ମାଲାକାନଗିରିରେ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମଙ୍ଗଳବାର ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି ।

ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏକ ସଂଗରୋଧ କେନ୍ଦ୍ରରେ ଆଜି ୨୧ଟି କରୋନା ପଜିଟିଭ ଚି଼ହ୍ନଟ ହୋଇଛି| କୋରୁକୋଣ୍ଡା ବ୍ଲକରେ ଚି଼ହ୍ନଟ ହୋଇଥିବା ସ୍ଥାନୀୟ ଅଂଚଳର ଏହି ପ୍ରବାସୀ ମାନଙ୍କ ମଧ୍ୟରୁ  ୧୩ ଜଣ ତାମିଲନାଡୁରୁ, ୩ଜଣ କର୍ଣ୍ଣାଟକରୁ, ୨ଜଣ ଆନ୍ଧ୍ରପ୍ରଦେଶରୁ ଓ ଜଣେ ଛତିଶଗଡରୁ ଫେରିଥିଲେ |

ସେମାନେ ସମସ୍ତେ ସଂଗରୋଧ କେନ୍ଦ୍ରରେ ରହୁଥିବା ବେଳେ ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା | ଆଜି ସେମାନଙ୍କର ନମୁନା ପଜିଟିଭ ବାହାରିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି | ତେବେ ୨୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ପୂର୍ବରୁ ୫ଜଣ ରୋଗୀଙ୍କର ଚିକିତ୍ସା ହେଉଥିବା କୁହାଯାଇଛି| ଜିଲ୍ଲାରେ ପ୍ରବାସୀଙ୍କ ସଂଖ୍ୟା ବଢୁଥିବାରୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଠାରୁ ହିଁ ଏହି ଲକ୍ଷଣ ଥିବା ଦେଖିବାକୁ ମିଳୁଛି |

ତେବେ ଜିଲ୍ଲା ପ୍ରଶାସନ ତରଫରୁ ଭୟଭୀତ ନହେବା ପାଇଁ ଲୋକଙ୍କୁ କୁହାଯାଇଛି |ସବୁବେଳେ ସାମାଜିକ ଦୂରତା ରକ୍ଷା କରିବା ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧି ବାହାରିବା ପାଇଁ ପରାମର୍ଶ ଦିଆଯାଇଛି | ତେବେ ତାଙ୍କ ସଂସ୍ପଶରେ ଆସିଥିବା ସମସ୍ତଙ୍କୁ ଚି଼ହ୍ନଟ ପାଇଁ ଉଦ୍ୟମ ଜାରି ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି |

Leave A Reply

Your email address will not be published.