ଗଞ୍ଜାମ: କରୋନା ଭୟ । ମରିଗଲା ମାନବିକତା । ଶବକୁ ମିଳିଲାନି କାନ୍ଧ । ଆମ୍ବୁଲାନ୍ସରୁ ଶବକୁ ଘୋଷାଡି ଘୋଷାଡି ନେଲେ ସମ୍ପର୍କିୟ । ମୃତ୍ୟୁ ପରେ କରୋନା ଭୟରେ ପାଖ ମାଡିଲେନି ଗାଁ ଲୋକେ । ଏଭଳି ଏକ ହୃଦକ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଜିଲ୍ଳା କବିସୂର୍ୟ୍ୟନଗରରେ ।
କବିସୂର୍ୟ୍ୟନଗର ଖରଡା ସାହିର ଜଣେ ଯୁବକ ଗତ ଦଶ ଦିନ ହେଲା ଜ୍ୱରରେ ପିଡିତ ଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ତାନାନ୍ତରିତ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ଭିତରେ ହିଁ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ଶବକୁ ସାହିକୁ ଫେରାଇ ନିଆଯାଉଥିଲା । ହେଲେ କରୋନା ଭୟରେ କେହି ଶବ ପାଖକୁ ଆସିନଥିଲେ । ଫଳରେ ସମ୍ପର୍କୀୟ ତାଙ୍କୁ ଟାଣି ଟାଣି ନେଇଥିଲେ । ଶେଷରେ ପୋଲିସ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ନଦୀ ତଟରେ ଶବକୁ ପୋତି ଦିଆଯାଇଥିଲା । ଏପରିକି ସଂସ୍କାର ହେବା ପାଇଁ ସାହି କୁଟୁମ୍ବ ମଧ୍ୟ କେହି ଆସିନଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
BREAKING NEWS
- ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ତେଲକୋଇ ଦୁଷ୍କର୍ମ ପୀଡିତା
- India made Chips Before: ୧୯୮୦ ଦଶକରେ ଚିପ୍ ତିଆରି କରୁଥିଲା ଭାରତ, ଗୋଟିଏ ଭୟଙ୍କର ନିଆଁ ଧ୍ୱଂସ କରିଦେଇଥିଲା ସ୍ୱପ୍ନ! ଜାଣନ୍ତୁ ୪୦ ବର୍ଷ ତଳର ସେହି କାହାଣୀ…
- Vijaya-Rashmika-Family-Time: ବିଜୟ ଦେବରକୋଣ୍ଡାଙ୍କ ଜାପାନ ହଲିଡେ ଡାଏରୀ
- ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଟ୍ରାଫିକ ଆଡଭାଇଜରି ଜାରି…
- ଉଦଘାଟିତ ହେଲା ୩ଟି ପର୍ଯ୍ୟଟନ ସ୍ଥଳୀରେ ‘ଇକୋ ରିଟ୍ରିଟ୍ ୨୦୨୬’
- ବ୍ୟବସାୟୀଙ୍କ ନିଖୋଜ ମାମଲାରେ ନୂଆ ଟ୍ୱିଷ୍ଟ: ମାମଲାରେ ସ୍କୁଲ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ନେଇ ମିଳିଛି ସୁରାକ୍
- ଇରାନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ବିକୁଛନ୍ତି ମିଠା!
- ଆସୁଛି ବାତ୍ୟା; ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା…
- ସହିଦଙ୍କୁ ଅସମ୍ମାନ: ବିନା କଫିନ୍ରେ ଡମ୍ପରରେ ଅଣାଗଲା ଦୁଇ SPOଙ୍କ ମୃତଦେହ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା
- ‘୨୪ ବର୍ଷ ଓଡିଶାର ସୁରକ୍ଷା କବଚ ସାଜିଥିଲେ ନବୀନ’, ଭୋଗରାଇରେ ବିଜେଡିର ପଦଯାତ୍ରା, ସୁଜାତା ରାଉତଙ୍କ ଶକ୍ତି ପ୍ରଦର୍ଶନ…
Comments are closed.